ରାଜନୀତି

ଜେଡିୟୁର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ଇସ୍ତଫା ଦେଲେ କେସି ତ୍ୟାଗୀ, ବ୍ୟକ୍ତିଗତ କାରଣ ଦର୍ଶାଇଲେ

ଜେଡିୟୁର ରାଷ୍ଟ୍ରୀୟ ପ୍ରବକ୍ତା କେସି ତ୍ୟାଗୀ ଇସ୍ତଫା ଦେଇଛନ୍ତି । କେସି ତ୍ୟାଗୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ଘନିଷ୍ଠ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା କୁହାଯାଇଛି । ତାଙ୍କ ସ୍ଥାନରେ ନୀତୀଶ କୁମାର ରାଜୀବ ରଞ୍ଜନଙ୍କୁ ଦଳର ନୂତନ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି ।

ଜେଡିୟୁର ଅନୁଭବୀ ନେତା ତ୍ୟାଗୀ ମଇ ୨୦୨୩ରେ ରାଷ୍ଟ୍ରୀୟ ପ୍ରବକ୍ତା ସହିତ ବିଶେଷ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା ।

ବ୍ୟକ୍ତିଗତ କାରଣ ଯୋଗୁ କେସି ତ୍ୟାଗୀ ଇସ୍ତଫା ଦେଇଥିବା କଥା କୁହାଯାଉଥିଲେ ମଧ୍ୟ ଏହା ପଛରେ ଅନକେ କାରଣ ଲୁଚି ରହିଛି । ସୂଚନା ମୁତାବକ ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ତାଙ୍କ ବିବୃତ୍ତି ଯୋଗୁଁ କେସି ତ୍ୟାଗୀଙ୍କୁ ଇସ୍ତଫା ଦବୋକୁ ପଡ଼ିଛି । କାରଣ ଦଳ ଏହି ତାଙ୍କର ଏହି ବିବୃତ୍ତିରେ ଖୁସି ନାହିଁ

୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାର ଇଣ୍ଡିଆ ଆଲାଏନ୍ସରୁ ଅଲଗା ହେବା ସମୟରେ, କେସି ତ୍ୟାଗୀ ନୀତୀଶ କୁମାରଙ୍କୁ ଜୋରଦାର୍ ସର୍ମଥନ କରିଥିଲେ । ନୀତୀଶ କୁମାରଙ୍କ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ରହିଛି । ପୂର୍ବରୁ କେସି ତ୍ୟାଗୀଙ୍କ ବୟାନ ଯୋଗୁଁ ଏନଡିଏ ଭିତରେ ମତଭେଦ ଖବର ସାମ୍ନାକୁ ଆସିଥିଲା । ଏହି କାରଣ ଯୋଗୁଁ ପାର୍ଟି ମଧ୍ୟରେ ବିବାଦ ଘନେଇ ଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button