ଦେଶ- ବିଦେଶ

ଶମ୍ଭୁ ବର୍ଡରରେ ଚାଷୀ ଆନ୍ଦୋଳନକୁ ୨୦୦ ଦିନ; ପ୍ରଦର୍ଶନରେ ସାମିଲ୍ ହେବାକୁ ପହଞ୍ଚିଲେ ଭିନେଶ ଫୋଗାଟ୍

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ୨୦୦ ଦିନ ପୂରଣ ହୋଇଛି । ଏହି ଅବସରରେ ଦିଲ୍ଲୀ ଶମ୍ଭୁ ବର୍ଡରରେ ବହୁ ସଂଖ୍ୟାରେ ଚାଷୀ ଏକାଠି ହୋଇଛନ୍ତି । ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିବାକୁ ଯୋଜନା କରୁଥିବା ବେଳେ ଏଥିରେ ସାମିଲ୍ ହେବାକୁ ଅଲିମ୍ପିଆନ୍ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ ପହଞ୍ଚିଥିବା ସୂଚନା ରହିଛି । କିଷାନ ନେତା ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ଆଗକୁ ହରିୟଣା ବିଧାନସଭା ନିର୍ବାଚନ ରହିଥିବା ବେଳେ ଭିନେଶ ଫୋଗାଟ୍ କିଷାନ ଆନ୍ଦୋଳନରେ ସାମିଲ୍ ହେବା ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି । କୁହାଯାଇଛି, କିଛି ଦିନ ଭିତରେ ଚାଷୀ ନେତା ହରିୟଣାରେ ପଞ୍ଚାୟତ ସଭା କରିବେ, ଏଥିରେ ଭିନେଶ ଫୋଗାଟ୍ ଯୋଗ ଦେଇ ହୋଇପାରନ୍ତି ।

କିଷାନ ନେତା ସରଓ୍ବନ ସିଂହ ପନ୍ଧର କହିଛନ୍ତି, ଚାଷୀ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲୁଛି, ମାତ୍ର ଏଥିରେ ତୀବ୍ରତା ଅଧିକ ରହିଛି । କେନ୍ଦ୍ର ସରକାର ଚାଷୀମାନଙ୍କର ସଙ୍କଳ୍ପ ପରୀକ୍ଷା ନେଉଛନ୍ତି । ସେମାନଙ୍କ ଦାବି ଏଯାଏ ପୂରଣ ହୋଇନାହିଁ । ଦାବି ପୂରଣ ନହେବା ଯାଏ ପ୍ରଦର୍ଶନ ଜାରି ରହିବ । ଏହାଛଡ଼ା ସରଓ୍ବନ ସିଂହ କହିଛନ୍ତି, ପୁଣି ଥରେ ସରକାରଙ୍କ ସାମ୍ନାରେ ନିଜ ଦାବି ରଖିବୁ ଏବଂ ନୂଆ ଘୋଷଣା ମଧ୍ୟ କରାଯିବ । ଚାଷୀ ଆନ୍ଦୋଳନକୁ ୨୦୦ ଦିନ ହୋଅଛି, ଏହା ଏକ ବଡ଼ ଖୁଣ୍ଟ ବୋଲି ଚାଷୀ ନେତା କହିଛନ୍ତି ।

ଚାଷୀ ଆନ୍ଦୋଳନ ଆଗାମୀ ହରିୟଣା ନିର୍ବାଚନ ପାଇଁ ରଣନୀତିର ସଙ୍କେତ ଦେଇଛି । ରାଜ୍ୟର ରାଜନୈତିକ ଦୃଶ୍ୟପଟକୁ ଦେଖିଲେ ଚାଷୀ ଆନ୍ଦୋଳନ ଏକ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି । ଏହାକୁ ନେଇ ଚାଷୀ ନେତା ଆଉ ପାଦେ ଆଗେଇବାକୁ ଯୋଜନା କରୁଛନ୍ତି । ଏପଟେ ଚାଷୀମାନଙ୍କୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ । ଫେବ୍ରୁଆରୀ ୧୩ ତାରିଖରୁ ହଜାର ହଜାର ସଂଖ୍ୟାରେ ଚାଷୀ ଶମ୍ଭୁ ବର୍ଡରରେ ପ୍ରଦର୍ଶନ ଜାରି ରଖିଛନ୍ତି । ଆଇନରେ ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ଦାବି ରଖିଛନ୍ତି ଚାଷୀ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button