ଖେଳ ଖବର

ଅଷ୍ଟ୍ରେଲିଆ ବିପକ୍ଷ ମଲ୍ଟି ଫର୍ମାଟ ସିରିଜ୍‌ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ, ଅଣ୍ଡର-୧୯ରେ ସ୍ଥାନ ପାଇଲେ ଦ୍ରାବିଡଙ୍କ ପୁଅ

ନୂଆଦିଲ୍ଲୀ ୩୧।୦୮: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ମଲ୍ଟି ଫର୍ମାଟ ସିରିଜ୍ । ଏଥିପାଇଁ ବିସିସିଆଇ ଘୋଷଣା କଲା ଭାରତୀୟ ଟିମ୍ । ଟିମ୍ରେ ସାମିଲ ହେଲେ ପୂର୍ବତନ ଖେଳାଳି ତଥା କୋଚ୍ ରାହୁଲ ଦ୍ରାବିଡଙ୍କ ୧୮ ବର୍ଷିୟ ପୁଅ ସମିତ ଦ୍ରାବିଡ । ସମିତ ଟିମ୍ ଇଣ୍ଡିଆର ଅଣ୍ଡର-୧୯ ସ୍କ୍ବାଡରେ ଡେବ୍ୟୁ କରିବେ ।

ଭାରତର ଅଣ୍ଡର-୧୯ ଟିମ୍ ଅଷ୍ଟ୍ରେଲିଆ ସହ ଓ୍ବାନଡେ ଏବଂ ଚାରି ଦିବସୀୟ ମ୍ୟାଚ୍ ଖେଳିବାକୁ ରହିଛି ।

ଏହି ଦୁଇଟି ଫର୍ମାଟରେ ସମିତଙ୍କୁ ଖେଳିବାର ସୁଯୋଗ ମିଳିଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ସିରିଜ୍ ୨୧ ସେପ୍ଟେମ୍ବରରୁ ଆରମ୍ଭ ହେବ । ଯାହା ଅକ୍ଟୋବର ୧୦ ଯାଏ ଚାଲିବ ।

ଜୁନିଅର ଚୟନ କମିଟି ଅଷ୍ଟ୍ରେଲିଆ ଅଣ୍ଡର-19 ବିପକ୍ଷରେ ଆଗାମୀ ମଲ୍ଟି ଫର୍ମାଟ୍ IDFC FIRST ବ୍ୟାଙ୍କ ଘରୋଇ ସିରିଜ୍ ପାଇଁ ଇଣ୍ଡିଆ ଅଣ୍ଡର-19 ଦଳ ଚୟନ କରିଛି । ସିରିଜରେ ୩ଟି ୫୦ ଓଭର ମ୍ୟାଚ୍ ଏବଂ ଦୁଇଟି ୪ଦିନିଆ ମ୍ୟାଚ୍ ପୁଡୁଚେରୀ ଏବଂ ଚେନ୍ନାଇରେ ଖେଳାଯିବ ।

ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରେ ଭାରତର ଅଣ୍ଡର-19 ଟିମ୍ର ଅଧିନାୟକ ହେବେ ୟୁପିର ଷ୍ଟାର ବ୍ୟାଟ୍ସମ୍ୟାନ୍ ମହମ୍ମଦ ଅମାନ । ଅନ୍ୟପଟେ ଚାରି ଦିନିଆ ସିରିଜରେ ମଧ୍ୟପ୍ରଦେଶର ସୋହମ୍ ପାଟୱରାନ୍ ଭାରତୀୟ ଦଳର ନେବେ ନେତୃତ୍ୱ ।

ତେବେ ଯଦି ରାହୁଲ ଦ୍ରାବିଡଙ୍କ ପୁଅ ସମିତ ଦ୍ରାବିଡଙ୍କ କଥା କହିବା ତେବେ ସେ ଏହା ପୂର୍ବରୁ ମହାରାଜ ଟ୍ରଫି KSCA ଟି-20ରେ ଖେଳି ସାରିଛନ୍ତି । ତାଙ୍କୁ ୫୦ ହଜାର ଟଙ୍କାରେ କିଣିଥିଲା ଟିମ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button