Low BP କଣ ଦେଇଥାଏ ସଂକେତ ?

। ସୂଚନା ଅନୁସାରେ କେତେକ ଲୋକଙ୍କର ବ୍ଲଡ୍ସପ୍ରେସର ହଟାତ ହାଇ ହୋଇଯାଉଥିବା ବେଳେ କେତେକ ଲୋକଙ୍କ ଠାରେ ହଟାତ ବ୍ଲଡ଼ପ୍ରେସର ଲୋ ହୋଇଯାଇଥାଏ । ବିପି ଯେତେ ମାତ୍ରାରେ ନିୟନ୍ତ୍ରିତହୋଇ ରହିବ । ସେତେ ହିଁ ଆପଣଙ୍କ ସ୍ଵାସ୍ଥ ପକ୍ଷେ ହିତକର ହୋଇଥାଏ । ଆଜି ଲୋ ବିପି ବିଷୟରେ ଆଲୋଚନା କରିବା । ବ୍ଲଡ଼ପ୍ରେସର ଲୋ ହେବାର ବେଳେ ବେଳେ ପୂର୍ବ ଲକ୍ଷଣ ଅନୁଭୂତ ନମଧ୍ୟ ବିପି ଲୋ ହୋଇଯାଇଥାଏ ।
ଅନ୍ୟ କିଛି କ୍ଷେତ୍ରରେ ବ୍ଲଡ଼ପ୍ରେସର ଲୋ ହେବାର ଶରୀରକୁ କିଛି ଲକ୍ଷଣ ପୂର୍ବରୁ ହିଁ ଦେଇଥାଏ । ଯଦି ହଟାତ ବ୍ୟକ୍ତିର ବ୍ଲଡ଼ପ୍ରେସର ଲୋ ହୋଇଯାଉଛି । ତେବେ ଏହାର କିଛି ମେଡିକାଲ ଟେଷ୍ଟ କରିବା ଦ୍ଵାରା ଏହାକୁ ଠିକ ଭାବରେ ଡାଇଗ୍ଣୋସିସ କରାଯାଇପାରିବ । ଯେପରି ବ୍ୟକ୍ତିର ଫିଜିକାଲ ଟେଷ୍ଟ, ଲ୍ୟାବ ଟେଷ୍ଟ, କାର୍ଡିଆକ ମନିଟରିଙ୍ଗ ଓ ଅଲ୍ଟ୍ରା ସାଉଣ୍ଡ, ଏକ୍ସରେ କରିବାର ମଧ୍ୟ ଆବଶ୍ୟକତା ପଡିପାରେ ।
ଯେଉଁ ବ୍ୟକ୍ତି ବ୍ଲଡ଼ପ୍ରେସର ମାପିବା ସମୟରେ 90 / 60 ର ତଳେ ହୋଇ ରହିଥାଏ । ତେବେ ବ୍ୟକ୍ତିର ବ୍ଲଡ଼ପ୍ରେସର ଲୋ ହୋଇରହିଥାଏ । ଯେତେବେଳେ ବ୍ୟକ୍ତିର ଶରୀରରେ ବିଏଲଡ଼ିପ୍ରେସର ଲୋ ହୋଇଯାଇଥାଏ ।ସେତେବେଳେ ବଡିର ସବୁ ପାର୍ଟ ମାନଙ୍କୁ ଠିକ ଭାବରେ ଅକ୍ଷିଜେନ ଓ ନ୍ୟୁଟ୍ରିସାନ ଯୋଗାଣ ହୋଇପାରିନଥାଏ । ଯେଉଁ କାରଣରୁ ବ୍ଲଡ଼ପ୍ରେସର ଜନିତ ଶରୀରରେ ବହୁତ କିଛି ଲକ୍ଷଣ ଦେଖାଯାଇଥାଏ ।
ବ୍ଲଡ଼ପ୍ରେସର ଲୋ ହୋଇଗଲେ ଶରୀରରେ ଦେଖା ଯାଉଥିବା କିଛି ସାଧାରଣ ଲକ୍ଷଣ ଗୁଡିକ ହେଉଛି । ମୁଣ୍ଡ ବିନ୍ଧିବାକୁ ଆରମ୍ଭ ହେବ, ମୁଣ୍ଡରେ ଚକର ଆସି ମୁଣ୍ଡ ବୁଲାଇବାକୁ ଆରମ୍ଭ ହେବ, ବାନ୍ତି ହେବା ଭଳି ଲାଗିବା, ଏହା ସହିତ ଶରୀରରେ ବହୁତ ଥକାପଣ ଆସିଯିବ । ଯେପରି କିଛି କାମ କରିବାକୁ ଇଛା ହେବ ନାହିଁ । ଶୋଇବାକୁ ଇଛା ହେବ ।
ଶରୀରର କୌଣସି ଯଦି ବ୍ଲଡ଼ପ୍ରେସର ହଟାତ କମ୍ ହୋଇଯାଇଥାଏ । ଶରୀରରେ କିଛି ଅନ୍ୟ ଲକ୍ଷଣ ମଧ୍ୟ ପ୍ରକାଶ ପାଇଥାଏ ।ଛାତିରେ ବେଳେ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଏ, ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେବା, ହାର୍ଟ ବିଟ୍ ଜୋର ଜୋର ହେବା ଆରମ୍ଭ ହୋଇଯିବା, କିଛି କ୍ଷେତ୍ରର ବ୍ୟକ୍ତିକୁ ଜ୍ଵର ମଧ୍ୟ ଆସିଯାଇଥାଏ । ଖାଦ୍ୟ ଠିକ ଭାବରେ ହଜମ ହେବା ନାହିଁ, ବାନ୍ତି ହେଲା ଭଳି ଲାଗିବା କିମ୍ବା ବାନ୍ତି ହୋଇଯିବା ।
ଯଦି ବ୍ୟକ୍ତିର ହଟାତ ହାର୍ଟ ଦୁର୍ବଳ ରହିଥାଏ । ତେବେ କିଛି କ୍ଷେତ୍ରରେ ହାର୍ଟ ଆଟାକ ହେବାର ସମ୍ଭାବନା ଥିଲେ । ହାର୍ଟ ଆଟାକ ହେବା ସହିତ ବ୍ଲଡ଼ପ୍ରେସର ମଧ୍ୟ ଲୋ ହୋଇଯାଇଥାଏ । ସେହି ପରିସ୍ଥିତିରେ ହାର୍ଟ ଆଟାକ ହେବା ଓ ବ୍ଲଡ଼ପ୍ରେସର ଜନିତ ଉଭୟ କାରଣରୁ ଶରୀରରେ ବହୁତ ଗୁଡିଏ ସିଭିଅର ଲକ୍ଷଣ ଦେଖାଯିବ ।




