ଦେଶ- ବିଦେଶ

ନିଜର ଏହି 4 ଟି ଗୁପ୍ତ କଥା ଭୁଲରେ ବି କାହାକୁ କହିବେ ନାହିଁ, ନହେଲେ ପସ୍ତେଇବେ…

ଆଜି ଆମେ ପୁଣି ଥରେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଆଚାର୍ଯ୍ୟ ଚାଣକ୍ୟ ଙ୍କର ଆଉ କିଛି ନୂଆ ନୂଆ ନୀତି ମାନ । ଯାହା ଜାଣି ଆପଣ ଯଦି ନିଜ ଜୀବନରେ ଅପଣାନ୍ତି, ତେବେ ଆପଣ ଜୀବନରେ ଖୁବ ଶୀଘ୍ର ସଫଳତାର ଶିଖର କୁ ଛୁଇଁ ପାରିବେ । ବନ୍ଧୁଗଣ ଚାଣକ୍ୟ ନୀତି ରେ ମହାନ ଆଚାର୍ଯ୍ୟ ଚାଣକ୍ୟ ନିଜ ଜୀବନର ସବୁ ମହାନ ଅଙ୍ଗ ଗୁଡିକୁ ଅତି ସୁନ୍ଦର ଭାବରେ ଶବ୍ଦ ଦ୍ଵାରା ପରି ପ୍ରକାଶ କରି ଯାଇଛନ୍ତି ।

 

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ କହିଥିବା ସେହିକଥା ଗୁଡିକ ମଧ୍ୟରୁ ପ୍ରଥମ କଥା ଟି ହେଲା କେବେ ମଧ୍ୟ କାହା ସମକ୍ଷରେ ନିଜ ଜୀବନରେ ହୋଇଥିବା ଅପମାନ ସମ୍ବନ୍ଧରେ କହିବା ଠିକ ହୋଇ ନଥାଏ । କାରଣ ଯଦି ଆପଣ ନିଜ ଜୀବନର ସମସ୍ତ କଥା ସମସ୍ତଙ୍କୁ କହି ଦିଅନ୍ତି , ତେବେ ଆପଣ ଙ୍କୁ ଭବିଷ୍ୟତରେ ଏହା ପାଇଁ ଦୁଃଖ ମଧ୍ୟ ଭୋଗ କରିବାକୁ ହୋଇଥାଏ ।

ତେଣୁ କେବେ ମଧ୍ୟ ନିଜ ଜୀବନରେ ଘଟିଥିବା ଅତୀତ କଥା ଗୁଡିକୁ ସମସ୍ତଙ୍କ ସମକ୍ଷ ରେ ପ୍ରକାଶ କରିବା ଠିକ ହୋଇ ନଥାଏ । ଦ୍ବିତୀୟରେ ବନ୍ଧୁଗଣ ନିଜ ଘର ର କଥା ଗୁଡିକୁ ମଧ୍ୟ କାହା ସମକ୍ଷରେ କହିବ ଠିକ ହୋଇ ନଥାଏ । ତୃତୀୟରେ ବନ୍ଧୁଗଣ ନିଜ ମନର ଦୁଃଖ କୁ ସମସ୍ତଙ୍କ ଆଗରେ ପ୍ରକାଶ କରିବା ମଧ୍ୟ ଠିକ ନୁହେଁ  ।

 

ନିଜର ସୁଖ ଦୁଃଖ ସବୁବେଳେ ଦେଖି ନିଜ ଲୋକ ଅଥବା ଯେଉଁ ମାନେ ପ୍ରକୃତରେ ଆପଣ ଙ୍କର ନିଜର ହୋଇଥିବେ ସେହି ମାନଙ୍କ ଆଗରେ ହିଁ ପ୍ରକାଶ କରିବା ଉଚିତ୍ । ଚତୁର୍ଥ ରେ ବନ୍ଧୁଗଣ କେବେ ମଧ୍ୟ ନିଜର ଆର୍ଥିକ ସ୍ଥିତି ବିଷୟରେ ସମସ୍ତ ଙ୍କ ଆଗରେ କୁହନ୍ତୁ ନାହିଁ । କାରଣ ଏହା ଏକ ଏପରି ବିଷୟ ଯଦି ଆପଣ ଙ୍କର ଆର୍ଥିକ ସ୍ଥିତି ଭଲ ଥାଏ, ତେବେ ବନ୍ଧୁଗଣ ଏହାଦ୍ଵାରା ଲୋକ ହୁଏତ ଆପଣ ଙ୍କର ଫାଇଦା ଉଠାଇ ପାରନ୍ତି ।

ନଚେତ ଯଦି ଖରାପ ଥାଏ, ତେବେ ଲୋକ ଆପଣ ଙ୍କର ପରିହାସ ମଧ୍ୟ କରି ପାରନ୍ତି । ବନ୍ଧୁଗଣ ଜୀବନରେ ସୁଖ ଦୁଃଖ ସବୁବେଳେ ଲାଗି ରହିଥାଏ । ଯଦି ଆଜି ଦୁଃଖ ଅଛି ତେବେ କାଲି ସୁଖ ମଧ୍ୟ ଆସିପାରେ, ତେଣୁ ଜୀବନରେ ନିରାଶ ନ ହୋଇ ଧର୍ଯ୍ୟ ର ସହ ନିଜ କର୍ମ କରି ଚାଲନ୍ତୁ ।

 

ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କର ଏହି ନୀତି ଗୁଡିକୁ ଅପଣାଇ ନିଅନ୍ତୁ ଓ ଲୋକ ମାନଙ୍କ ସହ କଥା ହେବା ସମୟରେ ଏହି କଥା ଗୁଡିକ କହିବାରୁ ନିଜକୁ ରକ୍ଷା କରନ୍ତୁ ଓ ଭବିଷ୍ୟତ ରେ ଆସୁଥିବା ବିପଦ ରୁ ବଞ୍ଚନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button