ଦେଶ- ବିଦେଶ

ମନ୍ଦିର ଯାଉଛନ୍ତି କି ? ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି କାମ…

ମଣିଷ ଯେତେବେଳେ ଜନ୍ମ ନିଏ ତା ସହିତ ଅନେକ ନୀତି ନିୟମ ଯୋଡି ହୋଇଯାଏ ଯେଉଁସବୁକୁ ପାଳନ କରି ଚାଲିବା ଦ୍ଵାରା ଜୀବନ ମଙ୍ଗଳମୟ ହୋଇଥାଏ ବୋଲି କୁହାଯାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଅନୁଚିନ୍ତା ଜଣାଇବା ପାଇଁ ଯାଉଛୁ ଯାହାକୁ ପାଳନ କରିବା ଦ୍ଵାରା ଆପଣଙ୍କ ଜୀବନ ବଦଳି ଯିବ । କରୁଥିବା ଭୁଲର ସଂଶୋଧନ ମଧ୍ୟ ହେବ ଯାହା ଦ୍ଵାରା ଆପଣଙ୍କ ଖରାପ ସମୟ ଭଲରେ ପରିଣତ ହେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

 

1- ଗାଧୋଇସାରି ଠାକୁର ପୂଜା କରିସାରିବା ପରେ ଆପଣ ପାଟିରେ ଟିକେ ଲୁଣ ପକାନ୍ତୁ । ଏହା ଆପଣଙ୍କ ପାଇଁ ମଙ୍ଗଳ । ଗାଧୋଇସାରିବା ପରେ ତେଲ, ମୁଢି କେବେ ମଧ୍ୟ ସ୍ପର୍ଶ କରିବେ ନାହିଁ ନ ଖାଇବା ପର୍ଯ୍ୟନ୍ତ । 2- ଆପଣ ମନ୍ଦିର ଭିତରକୁ ଯିବା ପୂର୍ବରୁ ପ୍ରଥମେ ବାହନକୁ ମୁଣ୍ଡିଆ ମାରିବେ । ଯେକୌଣସି ମନ୍ଦିର ଯାଅନ୍ତୁ ନା କାହିଁକି ପ୍ରଥମେ ସେହି ମନ୍ଦିର ଦୁଆର ସାମ୍ନାରେ ଥିବା ବାହାନକୁ ମୁଣ୍ଡିଆ ମାରି ସାରିବା ପରେ ମନ୍ଦିର ଯାଆନ୍ତୁ ।

ବାହନକୁ ମୁଣ୍ଡିଆ ମାରି ସାରିବା ପରେ ଯାଇ ଘଣ୍ଟି ବାଡାନ୍ତୁ । ଏହାପରେ ଯାଇ ଆପଣ ମନ୍ଦିରର ଗର୍ଭ ଗୃହ ଭିତରକୁ ପ୍ରବେଶ କରି ଠାକୁର ଦର୍ଶନ କରନ୍ତୁ । ଦର୍ଶନ କରିସାରି ଫେରିବା ପରେ ମନ୍ଦିରର ଚାଳାରେ କିଛି ସମୟ ବସନ୍ତୁ । ଏହାପରେ ଯାଇ ଆପଣ ଘରକୁ ଫେରନ୍ତୁ । ଏହା କରିବା ଦ୍ଵାରା ଠାକୁର ଦର୍ଶନର ସିଦ୍ଧି ଲାଭ ହୋଇଥାଏ ।

 

3- ଯଉତୁକ କହିଲେ ସମସ୍ତେ ବୁଝନ୍ତି ପଇସା । କିନ୍ତୁ ଏହାର ପ୍ରକୃତ ଅର୍ଥ ଆଉ କିଛି ବୁଝାଏ । ଯ- ମାନେ ହେଉଛି ଯମ ପାଖରୁ ଫେରାଇ ଆଣିବା । ଊ- ମାନେ ହୋଇଥାଏ ଉତ୍ତର ଫେରାଇବା ଉଚିତ ନୁହେଁ ବିବାହ ପରେ । ତୁ- ମାନେ ତୁ ସମସ୍ତଙ୍କ ଠାରୁ ଶୁଣିବୁ କିନ୍ତୁ କାହାକୁ ତୁ ବୋଲି କାହାକୁ କହିବୁ ନାହିଁ ।

କ- ମାନେ କନ୍ୟା ଥିଲୁ ଏବେ କୁଳ ବୋହୁ ହେଲୁ । ଏବଂ କୁଳର ସମ୍ମାନ ରଖିବୁ । ଯେଉଁମାନେ ବୋହୁ ପାଖରୁ ଏହି 4ଟି ଜିନିଷ ଚାହିଁଥାନ୍ତି ସେମାନେ ଟଙ୍କା ପଇସା ଚାହିଁବା ଉଚିତ ହୋଇନାଥାଏ । ଆଉଆ ଯଦି ଆପଣ ଟଙ୍କା ପଇସା ଚାହିଁବେ ତେବେ ଏହି ଚାରୋଟି ଜିନିଷ ପାଇବେ ନାହିଁ ବୋହୁ ପାଖରୁ ମନେ ରଖିବେ ।

 

4- ବାସନ ମାଜିବା ବେଳେ ଶବ୍ଦ କମ ହେବା ଆବଶ୍ୟକ । ନାରୀମାନେ ହାତରେ ପିନ୍ଧିଥିବା ଚୁଡିର ଶବ୍ଦ ମଧ୍ୟ କମ ହେବା ଆବଶ୍ୟକ । ଯଦି ବାସନ ମଜାର ଶବ୍ଦ ଏବଂ ଚୁଡିର ଶବ୍ଦ ଅଧିକ ହୁଏ ତେବେ ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯାଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button