ଦେଶ- ବିଦେଶ

କଣ ଆପଣଙ୍କ ପର୍ସରେ ଟଙ୍କା ରହୁନାହିଁ କି ? ତେବେ କରନ୍ତୁ ଏହି କାମ ହେବ ନାହିଁ ଆଉ ଟଙ୍କାର ଅଭାବ

କଣ ଆପଣଙ୍କ ପାଖରେ ହେଉଛି ସବୁବେଳେ ଅର୍ଥର ଅଭାବ। କଣ ସବୁବେଳେ ପକେଟ ରହୁଛି ଖାଲି? ତେବେ ଆଜି ଆମେ ଆପଣଙ୍କୁ କହିବୁ କିଛି ଏପରି ବାସ୍ତୁ ଟିପସ୍ କହିବୁ ଯାହାକୁ ପାଳିଲେ ଆପଣଙ୍କର ଧନ ହାନି ହେବ ନାହିଁ।

ତେବେ ଦୁନିଆ ଅନେକ ଲୋକ ଏପରି ଅଛନ୍ତି ଯିଏ ନିଜ ପର୍ସରେ ଟଙ୍କା ସହ ପୁରୁଣା ବିଲ୍‌, ଅଦରକାରୀ କାଗଜ ଆଦି ରଖିଥାନ୍ତି। ବାସ୍ତୁଶାସ୍ତ୍ର ଉପରେ ନଜର ପକାଇଲେ କେବେ ବି ଧନ ସ୍ଥାନରେ କିଛି ପ୍ରକାରର ଅଲଗା ତଥା ଅସନା ଜିନିଷ ରଖିବା ଉଚିତ ନୁହେଁ।

କାରଣ ଏପରି ଧନ ସ୍ଥାନ ଏପରି ଅସନା ହେଲେ ଧନ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ତେଣୁ ଯେଉଁ ସ୍ଥାନରେ ଧନ ରଖିବେ ସେ ସ୍ଥାନରେ ଅପରିସ୍କାର କରନ୍ତୁ ନାହିଁ। ନୋଟ ଏବଂ କଏନକୁ ପର୍ସରେ ଅଲଗା ଅଲଗା ରଖନ୍ତୁ। ନୋଟ୍‌ ଏବଂ କଏନକୁ କେବେ ବି ଏକାଠି ରଖନ୍ତୁ ନାହିଁ।

ଅଧିକାଂଶ ଲୋକେ ପର୍ସରେ ନିଜ ପରିବାରର ନଚେତ ଦେବାଦେବୀଙ୍କର ଫଟୋ ରଖିଥାନ୍ତି। ବାସ୍ତୁ ଅନୁସାରେ ଏହା ଉଚିତ ନୁହେଁ। ପର୍ସକୁ ସବୁବେଳେ ସଫା ସୁତୁରା ରଖନ୍ତୁ ସେଥିରେ କାଗଜପତ୍ର, ଫଟୋ ଆଦି ରଖନ୍ତୁ ନାହିଁ।

ପର୍ସକୁ ବ୍ୟାଗ କିମ୍ବା ଆଲମିରାରେ ରଖନ୍ତୁ,କେବେ ବି ଏହାକୁ ଅସନା ହାତରେ ଧରନ୍ତୁ ନାହିଁ। ଟଙ୍କା ଧରିବା ପୂର୍ବରୁ ହାତ ସର୍ବଦା ପରିସ୍କାର ରଖନ୍ତୁ। କାହା ନଜରରେ ପଡିଲା ପରି ପର୍ସକୁ ବାହାରେ ରଖନ୍ତୁ ନାହିଁ। ଫଟା, ପୁରୁଣା ନୋଟ୍‌ କେବେ ବି ପର୍ସରେ ରଖନ୍ତୁ ନାହିଁ।

ଏହା ନେଗେଟିଭ ଶକ୍ତି ଉତ୍ପନ କରୁଥିବାରୁ ଧନ ଆସିବାକୁ ଦେଇନଥାଏ। ଯାହା ଫଳରେ ଏହା ଆର୍ଥିକ ହାନିର କାରଣ ହୋଇଥାଏ।ଆଉ ଯେଉଁ ପର୍ସରେ ଟଙ୍କା ରଖୁଛନ୍ତି ସେ ପର୍ସ ଯେପରି ଚିରି ନଥିବା ଉଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button