ଜ୍ୟୋତିଷ
ସାମାନ୍ୟ ଆଘାତ ପାଇଁ ଡାକ୍ତରଖାନା ଯିବାରୁ ଉର୍ବଶୀଙ୍କୁ ଟ୍ରୋଲ କଲେ ଲୋକେ
ମୁମ୍ବାଇ: ସାମାନ୍ୟ ଆଘାତ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା । ପୋଷ୍ଟ ସେୟାର କରି ମୋ ପାଇଁ ପ୍ରାର୍ଥନା କର ବୋଲି କହିବାରୁ ଟ୍ରୋଲ କଲେ ଲୋକେ। ଉର୍ବଶୀ କିଛି ଦିନ ତଳେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ସେ ତାଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଥିବା ଦେଖାଇଥିଲେ। ଭିଡିଓରେ ତାଙ୍କ ହାତରେ ସାମାନ୍ୟ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା।
ଏହି ସାମାନ୍ୟ ଆଘାତ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୋ ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଲେଖିଥିଲେ ଉର୍ବଶୀ। ଏବେ ତାଙ୍କର ଏହି ଭିଡିଓ ପାଇଁ ତାଙ୍କୁ ଟ୍ରୋଲ କରାଯାଇଛି।