ଦେଶ- ବିଦେଶ

ପାଖାପାଖି ମାସେ ପରେ ବାଂଲାଦେଶରେ ଚାଲିଲା ମେଟ୍ରୋ ଟ୍ରେନ, ଢାକାରେ ଲୋକେ ଆଶ୍ୱସ୍ତ

ଢାକା: ବାଂଲାଦେଶରେ ସରକାର ବିରୋଧୀ ପ୍ରଦର୍ଶନ ଯୋଗୁ ପାଖାପାଖି ମାସେରୁ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିବା ଢାକା ମେଟ୍ରୋ ପରିଚାଳନା ରବିବାର ପୁଣି ଆରମ୍ଭ ହୋଇଛି। ତେବେ ଅଧିକାରୀକ ଅଧିସୂଚନା ଅନୁସାରେ ୨ଟି ଷ୍ଟେସନ ମୀରପୁର ୧୦ ଓ କାଜିପାରା ମଧ୍ୟରେ ମେଟ୍ରୋ ଚଳାଚଳ ବନ୍ଦ ରହିଛି। ମେଟ୍ରୋ ଚଳାଚଳ ଆରମ୍ଭ ପରେ ବିଶେଷ କରି ଛାତ୍ରଛାତ୍ରୀ ଓ କାର୍ଯ୍ୟାଳୟରେ କାମ କରୁଥିବା କର୍ମଜୀବୀ ଆଶ୍ୱସ୍ତ ହୋଇଛନ୍ତି।

ମେଟ୍ରୋ ଚାଲିବା ପୂର୍ବରୁ ନିଜ ଗନ୍ତବ୍ୟରେ ପହଞ୍ଚିବା ପାଇଁ ଟ୍ରାଫିକରେ ଫଶିରହୁଥିଲେ।

ରବିବାର ସକାଳ ୭ଟା ବେଳେ ମେଟ୍ରୋ ସେବା ପୁଣି ଥରେ ଆରମ୍ଭ ହୋଇଛି। ଗତ ଜୁଲାଇରେ ପ୍ରଦର୍ଶନ କାଳରେ ମୀରପୁର ଓ କାଜିପରା ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ଏହି ଘଟଣା ଯୋଗୁ ଜୁଲାଇ ତୃତୀୟ ସପ୍ତାହରୁ ମେଟ୍ରୋ ଟ୍ରେନକୁ ଯାତ୍ରୀଙ୍କ ନିମନ୍ତେ ନିଲମ୍ବିତ କରାଯାଇଥିଲା। ୨୮ ଡିସେମ୍ବର ୨୦୨୨ରେ ବାଂଲାଦେଶ ବିଶ୍ୱର ସବୁଠୁ ଜନବହୁଳ ସହର ଢାକାରେ ଯାତାୟାତ ସୁଗମ କରିବା ପାଇଁ ଜାପାନ ସହାୟତାରେ ନିଜର ପ୍ରଥମ ମେଟ୍ରୋ ଟ୍ରେନ ସେବା ଆରମ୍ଭ କରିଥିଲା।

ଦେଶରେ ସରକାର ବିରୋଧୀ ପ୍ରଦର୍ଶନ ଅଗଷ୍ଟ ୫ ତାରିଖ ଦିନ ଚରମ ସୀମାକୁ ପହଞ୍ଚିଥିଲା। ଯେଉଁଥି ପାଇଁ ଶେଖ ହସିନାଙ୍କୁ ଇସ୍ତଫା ଦେଇ ଦେଶରୁ ପଳାୟନ କରିବାକୁ ପଡିଥିଲା। ପ୍ରଦର୍ଶନକାରୀମାନେ ହସିନାଙ୍କ ଇସ୍ତଫା ଓ ପଳାୟନକୁ ଦେଶରେ ବିଜୟ ଦିବସ ଭାବେ ପାଳନ କରିଥିଲେ। ଏହି ଘଟଣା ଢାକାରେ ସାର୍ବଜନିକ ପରିବହନ ଓ ଦୈନିକ ଯାତାୟାତକୁ ଗୁରୁତର ପ୍ରଭାବିତ କରିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button