ଦେଶ- ବିଦେଶ

ସ୍କୁଲକୁ ନିଜ ଘର ଓ ପିଲାଙ୍କୁ ନିଜ ପୁଅ ଝିଅ ଭଳି ଦେଖନ୍ତି, ଏମିତି ଜଣେ ଶିକ୍ଷକ ଯାହାଙ୍କୁ ଝୁରୁଛନ୍ତି ଛାତ୍ରଛାତ୍ରୀ

ରାଇକିଆ: ସ୍କୁଲକୁ ନିଜ ଘର ଓ ପିଲାମାନଙ୍କୁ ନିଜ ପୁଅ ଝିଅ ଭଳି ଦେଖନ୍ତି ବିରେନ ସାର । ସ୍କୁଲକୁ ବଗିଚା ଭଳି ସଜେଇ ପିଲାମାନଙ୍କ ଅଳି ଅର୍ଦଳି ବି ବୁଝନ୍ତି । ସେ ଶିକ୍ଷକ କମ ବାପାଙ୍କ ଦାୟିତ୍ୱ ବେଶୀ ତୁଲାନ୍ତି । କେବଳ ସ୍କୁଲରେ ନୁହେଁ ଗାଁର ମୁରବି ଦାୟିତ୍ୱ ବି ତୁଲାନ୍ତି । ଆମେ କହୁଛୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଉପାନ୍ତ ଅଞ୍ଚଳ କକରବାଡ଼ି ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ବିରେନ ସାହୁଙ୍କ କଥା ।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ରାଇକିଆ ଠାରୁ ପ୍ରାୟ ୫୦ କିଲୋମିଟର ଦୂର କନ୍ଧମାଳ ଗଞ୍ଜାମ ସିମାନ୍ତ ଅଞ୍ଚଳରେ ଅବସ୍ଥିତ ରଣବା ପଞ୍ଚାୟତର କକରବାଡି ।

ଏଠାରେ ଖୁବ ସରଳ ବିଶ୍ୱାସୀ ଏବଂ ନିରୀହ ଲୋକେ ବାସ କରନ୍ତି । ଗାଁରେ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ସେଠାରେ ପ୍ରଧାନ ଶିକ୍ଷକ ଭାବେ ବିରେନ ସାହୁ ୧୦ ବର୍ଷ ହେଲା କାର୍ଯ୍ୟ କାରି ଆସୁଛନ୍ତି । ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ତୁଲାଇବା ଦିନଠାରୁ ଏହି ସ୍କୁଲରେ ଏବଂ ପୁରା ପଞ୍ଚାୟତବାସୀଙ୍କ ପାଇଁ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ପାଲଟିଛନ୍ତି । ନିଜସ୍ଵ ଅର୍ଥରେ ସ୍କୁଲ ପରିସରରେ ସ୍ୱାଧୀନତା ଦିବସ ଠାରୁ ଆରମ୍ଭ କରି ଗଣେଶ ପୂଜା, ସରସ୍ବତୀ ପୂଜା, ଓ ଶିଶୁ ଦିବସ ପାଳନ କରି ଆସୁଛନ୍ତି ।

ଚଳିତ ୭୮ତମ ସ୍ୱାଧୀନତା ଦିବସ ଅବସରରେ ସ୍କୁଲ ପରିସରରେ ଗାନ୍ଧୀଙ୍କ ପ୍ରତି ମୂର୍ତ୍ତି , ଅଶୋକ ସ୍ତମ୍ଭ ସ୍ଥାପନ ଏବଂ ଭାତମାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିଛନ୍ତି । ତାସହ ସ୍କୁଲରେ ବିଭିନ୍ନ ପ୍ରକାରର ଫୁଲ ଫଳ ଗଛ ଓ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଅମୃତ ଭଣ୍ଡା, ସାଗ, ଲେମ୍ବୁ , ଛୁଇଁ ,ବୋଇତାଳୁ, ଲଙ୍କା ଆଦି ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି । ନିଜ ପରିଶ୍ରମରେ ସ୍କୁଲ ପରିସରକୁ ଏକ ବାଟିକାର ରୁପ ଦେଇଛନ୍ତି । ସ୍କୁଲରେ ପିଲାମାନଙ୍କୁ ପାଠ ପଢାନ୍ତି । ବାପା ପରି ପିଲା ମାନଙ୍କ ଯତ୍ନ ନିଅନ୍ତି । ଯଦି ସ୍କୁଲକୁ କେଉଁ ପିଲା ଆସିନଥିବ ତେବେ ଘର ଘର ଯାଇ ଡାକି ଆଣୀ ସ୍କୁଲରେ ପିଲାଙ୍କୁ ପଢାନ୍ତୁ ।

ପିଲା ମାନଙ୍କୁ ସ୍କୁଲରେ ପାଠ ପଢ଼ାଇବା ସହ ସକାଳେ ଏବଂ ରାତିରେ ବିନା ପଇସାରେ ଟିୟୁସନ ବି କରନ୍ତି । କେବଳ ସ୍କୁଲ ନୁହେଁ ସେ ଗ୍ରାମବାସୀଙ୍କୁ ମଧ୍ୟ ନିଜ ପରିବାର ପରି ଦେଖନ୍ତି ଏବଂ ଗ୍ରାମର ଲୋକଙ୍କୁ ଆର୍ଥିକ ସହାୟତା ବି କରନ୍ତି । ଗ୍ରାମରେ କୋୖଣସି ଅପ୍ରୀତିକର ଘଟଣା ହେଲେ ତା’ର ନିମାସା ବି କରନ୍ତି । ସତେ ଯେପରି ଏହି ଗ୍ରାମବାସୀଙ୍କ ପାଖରେ ରହି ନିଜ ପରିବାରକୁ ଭୂଲିଗଲେଣି । ବିରେନ ସାରଙ୍କ ଏଭଳି ମନୋଭାବ ଖୁବ ପ୍ରଶଂସନୀୟ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button