ଦେଶ- ବିଦେଶ

ଭଉଣୀ ର ବିବାହରେ ଯୋଗ ଦେବା ପାଇଁ ପିଏମ ମୋଦୀଙ୍କୁ ନିମନ୍ତ୍ରଣ ଦେଲେ ଏହି ଗରିବ ଯୁବତୀ- ମୋଦି ଦେଲେ ତାର ଏହିପରି ଜବାବ୍

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ବହୁତ ଚର୍ଚ୍ଚିତ ଖବର । ତେବେ ଆପଣମାନେ ତ ଜାଣିଥିବେ ଗୋଟେ ଘରେ ଯେତେବେଳେ ବିବାହ କି ଅନୁ କୌଣସି ଭଲ ଉତ୍ସବ ପାଳନ କରାଯାଏ ତେବେ ଘରକୁ ସବୁ ବନ୍ଧୁ ବାନ୍ଧବଙ୍କୁ ଡକାଯାଏ । ତେବେ ଆମେ ସାଧାରଣ ଲୋକେ ଡାକି ଡାକି ନିଜ ଘର ଲୋକ ମାନଙ୍କୁ ହିଁ ନିମନ୍ତ୍ରଣ କରୁ କିନ୍ତୁ ବଡ ଲୋକ ମାନେ ବା ଯେଉଁ ମାନେ ଖୁବ ଧନୀ ସେମାନେ ନିଜର ଘରେ କିଛି ଆୟୋଜନ କଲେ ସମସ୍ତ ବଡ ବଡ ଲୋକମାନଙ୍କୁ ଆମନ୍ତ୍ରିତ କରନ୍ତି । କିଛି ଲୋକ ତ ବଲୀଉଡ କଳାକାର ମାନଙ୍କ ଠୁ ନେଇ ବଡ ବଡ ନେତା ପର୍ଯ୍ୟନ୍ତ ଡାକନ୍ତି ସେମାନଙ୍କ ପାର୍ଟି ରେ ।

ତେବେ ଆଜି ଆମେ କୌଣସି ଧନୀ ନୁହେଁ ବରଂ ଏକ ଗରିବ ଝିଅ ବିଷୟରେ ଆପଣଙ୍କୁ କହିବୁ । ଯିଏ ନିଜ ଭଉଣୀର ବିବାହ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ପତ୍ର ଲେଖିଥିଲେ । ତେବେ ପିଏମ ଏହି ଚିଠିର କଣ ଉତ୍ତର ଦେଇଥିଲେ ସେ ବିଷୟରେ ଆସନ୍ତୁ ଜାଣିବା । ପ୍ରଥମେ ଜାଣିବା ଝିଅଟି ଚିଠି ରେ କଣ ଲେଖିଥିଲେ । ଝିଅଟି ଲେଖିଥିଲେ କି ମାନନୀୟ ପ୍ରଧାନମନ୍ତ୍ରୀ, ମୋର ଭଉଣୀର ବିବାହ ୨୯ ଡିସେମ୍ବରରେ ହେବାକୁ ଯାଉଛି ଆପଣ ନିଶ୍ଚିନ୍ତ ଆମର ଏହି ଗରିବ ପରିବାରରେ ପାଦ ଦେଇ ମୋ ଭଉଣୀକୁ ଆଶୀର୍ବାଦ କରିବେ । ତେବେ ଏହି ଚିଠି ରେ ଆହୁରି ମଧ୍ୟ ବହୁତ କିଛି ଲେଖି ଥିଲେ ଝିଅଟି ।

ଏଥିରେ ସେ ଲେଖିଥିଲେ କି ସେମାନେ ବହୁତ ଗରିବ ଓ ସେମାନେ ଦୂ ଭଉଣୀ , ତାଙ୍କ ବାପା ଜଣେ ସାଧାରଣ କୃଶକ । ତାଙ୍କ ଗ୍ରାମରେ ସ୍କୁଲ ନାହିଁ କି ସେମାନଙ୍କ ପାଖେ ଆର୍ଥିକ ସମ୍ବଳ ନାହିଁ  ପଢିବା ପାଇଁ । ସେ ଏଥିରେ ନିଜର ନାମ ରାଣୀ ବୋଲି ଲେଖିଥିଲେ । ବିବାହର ୭ଦିନ ପୂର୍ବରୁ ସେ ଏହି ଚିଠି ପିଏମ ଙ୍କ ନିକଟକୁ ଲେଖିଥିଲେ । ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚିଠି ପଢିସାରିବା ପରେ ସେହି୍ ଗ୍ରାମରେ ଗୋଟିଏ ବିଦ୍ୟାଳୟ ସ୍ଥାପନ କରିବା ପାଇିଁ ତୁରନ୍ତ ନିଷ୍ପତି ନେଲେ । ଝିଅର ପାଠ ପଢା ନଥାଇ ମଧ୍ୟ ସେ ଏବୟଷରେ ଏମିତି ଚିଠି ଲେଖିଥିବାର ଦେଖି ସମସ୍ତେ ଝିଅର ଗୁଣକୁ ଚର୍ଚ୍ଚା କରିଛନ୍ତି । ଝିଅର ଏପରି କାମ ପାଇଁ ସମସ୍ତେ ତାର ପ୍ରଶଂସା କରୁଛନ୍ତି , ଆଜି ସେହି ଝିଅର ବୁଦ୍ଧି ପାଇଁ ତାଙ୍କ ଗ୍ରାମରେ ଏକ ସ୍କୁଲ ଖୋଲା ହେଉଛି, ଯେଉଁଠି ସେହି ଗ୍ରାମର ସମସ୍ତ ପିଲା ପାଠ ପଢି ବଡ ମଣିଷ ହୋଇ ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button