ଦେଶ- ବିଦେଶ

PCOD ପ୍ରୋବ୍ଲେମ ପାଇଁ କ’ଣ ଆପଣ ଖୁବ ଅଧିକ ଚିନ୍ତିତ ରହୁଛନ୍ତି କି ! ଏହାକୁ କେବଳ 3 ମାସରେ ଠିକ କରନ୍ତୁ ।

ଆଜି କାଲିର ଆଧୁନିକ ଜୀବନଶୈଳୀ ଆମକୁ ବହୁତ କିଛି ଆଧୁନିକତା ଶିଖାଇ ଦେଇଛି । ପ୍ରତ୍ଯେକଟି ବ୍ୟକ୍ତି ଏପରି ଆଧୁନିକ ଜୀବନଶୈଳୀରେ ଜୀବନ ଅତିବାହିତ କରୁଛି । ଯେ ବ୍ୟକ୍ତିର ଖାଦ୍ୟ, ପାନୀୟ ଓ କାର୍ଯ୍ୟ ଶୈଳୀରେ ଆଗ ଅପେକ୍ଷା ବହୁତ କିଛି ପରିବର୍ତ୍ତନ ଆସିଯାଇଛି । ଯେପରି ବର୍ତ୍ତମାନର ଲୋକ ପ୍ଯାକେଟ ଜାତୀୟ ଓ ଜଙ୍କଫୁଡର ବହୁଳ ସେବନ କରୁଛନ୍ତି ।

 

ବହୁତ ସମୟ ବସିକି ଇଲେଟ୍ରୋନିକ ଉପକରଣରେ ଘଣ୍ଟା ଘଣ୍ଟା ସମୟ ଧରି କାର୍ଯ୍ୟ କରୁଛନ୍ତି । ଶାରୀରିକ କାର୍ଯ୍ୟ ପ୍ରତି ଜମାରୁ ମଧ୍ୟ ଧ୍ୟାନ ଦେଉନାହାନ୍ତି । ଯେଉଁ ସବୁ କାରଣରୁ ଶରୀରରେ ବିଭିନ୍ନ ପ୍ରକାର ରୋଗବେମାରୀର ସୃଷ୍ଟି ହେଉଛି । ବିଶେଶ କରି ମହିଳାଙ୍କ ଠାରେ PCOS ବା PCOD ବା ପଲିଷ୍ଟିକ ଓଭାରିଆନ ଡିଜିଜ ବହୁତ ମାତ୍ରାରେ ଦେଖିବାକୁ ମିଳୁଛି ।

ତେବେ ଏପରି କ୍ଷେତ୍ରରେ ମହିଳାଙ୍କର ପିରିଅଡ୍ ରେ ଅନିୟମିତତା ହେବା ସହ ମହିଳାଙ୍କ ଠାରେ ସ୍ଵାସ୍ଥ ଜନିତ ବହୁତ କିଛି ସମସ୍ଯା ଆଗାମୀ ସମୟରେ ହେଉଛି । ତେବେ PCOD କୁ ସଂପୂର୍ଣ୍ଣ ଭାବରେ ଦୂର କରିବା ଏହି ବିଷୟରେ ଆଲୋଚନା କରିବା । ଏଥିପାଇଁ ୫ ଟି ଉପାୟକୁ ମାନି ଚଳିବାକୁ ପଡିବ । ପ୍ରଥମ ଉପାୟଟି ହେଉଛି । ଆପଣ ଖାଉଥିବା ଖାଦ୍ୟର ଅବଶେଷ ଗୁଡିକ ଯେତେବେଳେ ଅନ୍ତନଳୀରେ ଜମା ହୋଇ ରହିଥାଏ ।

 

ତେବେ ତାହା ବିଭିନ୍ନ ପ୍ରକାର ସମସ୍ଯା ଆଣିଥାଏ । ତେବେ ଆପଣଙ୍କୁ କିଛି ଦିନ ପର୍ଯ୍ୟନ୍ତ ୧୬ ଘଣ୍ଟା ରାତିରେ ଉପବାସ କରିବାକୁ ପଡିବ । ଯେପରି ଆପଣ ନିଜର ଦିନର ସନ୍ଧ୍ୟା ୭ ଟା ରେ କରି ଅନ୍ୟ କୌଣସି ଖାଦ୍ୟ ରାତିରେ ଆଉ ସେବନ ନକରି ତାପର ଦିନ ସକାଳେ ୧୧ ଟା ବେଳେ ଖାଇବେ । ସେହି ମଝି ସମୟରେ ଆପଣ ଚାହିଁଲେ କିଛି ହେଲଦି ଜୁଷ ପ୍ରସ୍ତୁତ କରି ପିଇପାରିବେ ।

ତେବେ ଆପଣଙ୍କର ସେହି ଉପବାସ ସମୟରେ ଶରୀର ନିଜର ଅନ୍ତ ନଳୀ ତଥା ସଂପୂର୍ଣ୍ଣ ଶରୀରର ସଫେଇ କରିବାକୁ କିଛି ସମୟ ପାଇପାରିବ । କାରଣ ସବୁବେଳେ ଯଦି ଆପଣ କିଛି ନା କିଛି ଖାଇ ରହୁଥିବେ । ତେବେ ଶରୀରକୁ ନିଜ ଭିତର ସଫେଇ କରିବାକୁ ସମୟ ନପାଇ ଖାଦ୍ୟ ପଚନ କାମରେ ହିଁ ଲାଗିଥାଏ । ଦିତୀୟରେ ପ୍ରତିଦିନ ୧ ଘଣ୍ଟା ପର୍ଯ୍ୟନ୍ତ ଏକ୍ସରସାଇଜ କରିବା ଉଚିତ ।

 

ତୃତୀୟରେ ପତଳା ଧଳା ପୋଷାକ ପିନ୍ଧି ସକାଳର କଅଁଳ ଖରାରେ କିଛି ସମୟ ସମୟ ବିତେଇବା ଉଚିତ । ସେହି ସମୟରେ ଆପଣ ଏକ୍ସରସାଇଜ କିମ୍ବା କିଛି ଆପଣଙ୍କର ମନ ମୁତାବକ କାର୍ଯ୍ୟ କରିପାରିବେ । ଚତୁର୍ଥରେ ଆପଣ ପ୍ରଚୁର ପାଣି ପିଇବା ଉଚିତ । ପଞ୍ଚମରେ ବାହାରର ଜଙ୍କଫୁଡ ଓ ବହୁ ଦିନ ଧରି ପଡିରହୁଥିବା ପ୍ଯାକେଟ ଜାତୀୟ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button