ସବୁବେଳେ ଯଦି ଖୁସି ରହିବାକୁ ଚାହୁଁଛନ୍ତି, ତେବେ ଏହି କଥାକୁ ନିହାତି ଜାଣନ୍ତୁ

ମଣିଷ ଯେବେ ବି କିଛି ଭୁଲ କାମ କରିଥାଉ ତେବେ ବାମ ଡାହାଣ ଏପଟ ସେପଟ ସବୁ ଦେଖେ କିନ୍ତୁ ଉପରକୁ ଦେଖେ ନାହିଁ । ଯେ ପର୍ଯ୍ୟନ୍ତ ଆପଣଙ୍କୁ ଆପଣଙ୍କର ନିଜର ସବୁଠୁ ବଡ଼ ଡର ବିଷୟରେ ଜଣା ନାହିଁ ସେ ପର୍ଯ୍ୟନ୍ତ ଆପଣ ନିଜର ସବୁଠୁ ବଡ଼ ବଳ ବିଷୟରେ ମଧ୍ୟ ଜାଣିପାରିବେ । ବ୍ୟକ୍ତିକୁ ଖୁସି ରହିବାର ହେଲେ ଏହି ମନ୍ତ୍ର ନିହାତି ଜାଣି ରଖନ୍ତୁ ।
ଭରସା ଓ ଇଚ୍ଛା କେବଳ ନିଜ ଉପରେ ରଖ ଆଉ କାହା ଉପରେ ନୁହେଁ । ସେ ବ୍ୟକ୍ତି ସହ ରୁହ ଯାହାଙ୍କର ସମୟ ଖରାପ ଅଛି କିନ୍ତୁ ଯାହାର ମନସା ଖରାପ ତାହା ସହ ରୁହ ନାହିଁ । ନିଜ ଘର ର କବାଟ କୁ ଛୋଟ ହିଁ ରହୁ ଯିଏ ତଳକୁ ନଇଁ ଆସିଗଲା ଜାଣିବ ସେ ତମ ନିଜର । ଯେବେ ସମ୍ପର୍କରେ ଅଭିମାନ, ଅଭିଯୋଗ ଆଦି କମ ହୋଇଯାଏ ସେତେବେଳେ ଜାଣିବ କି ଆପଣ ଙ୍କ ସଂପର୍କ ଦୁର୍ବଳ ହୋଇ ପଡ଼ିଲାଣି ।
କିଏ ଜଣେ ବହୁତ ଭଲ କଥା କହିଛନ୍ତି କି ଯିଏ ମନରେ କିଛି ଭର୍ତ୍ତି କରି ବଞ୍ଚେ ସେ କେବେବି ମନ ଭର୍ତ୍ତି କରି ବଂଚି ପାରେନି । ମନୁଷ୍ୟ ତ ଜନ୍ମ ର ଦୁଇ ବର୍ଷ ପରେ କଥା କହିବା ଶିଖି ଯାଏ କିନ୍ତୁ କଣ କହିବାର ଅଛି ତାହା ଜୀଵନ ଯାକ ଶିଖି ପାରେ ନାହିଁ ।
ଆଜି କାଲି ର ସମ୍ପର୍କ ଠୁ ତ ମୋବାଇଲ ଫୋନ ବହୁତ ଭଲ ଶେଷ ହେବା ପୂର୍ବରୁ ୱାର୍ଣ୍ଣିଂ ତ ଦିଏ । ଧୋକା ଖାଇଥିବା ବ୍ୟକ୍ତି ଧୋକା ଖାଇ ବୁଝିଯାଏ କିନ୍ତୁ ଧୋକା ଦେଉଥିବା ବ୍ୟକ୍ତି ଭୁଲ କରିଚାଲି ଥାଏ । ଏବଂ ଜଣେ ବହୁତ ଭଲ କଥା କହିଛନ୍ତି କି ସମୟ ସବୁବେଳେ ସମାନ ନଥାଏ । ସିଏ ବି କାନ୍ଦେ ଯିଏ ଅନ୍ୟ କୁ କନ୍ଦାଏ ।
ଜୀବନ ରେ ଯେତେ ଦୁଃଖ କଷ୍ଟ ଆସୁ ତାକୁ ସବୁବେଳେ ହସି କି ସାମ୍ନା କରିବା ଆବଶ୍ୟକ । କାରଣ ସୂର୍ଯ୍ୟ ଯେତେ କଷ୍ଟ ଦେଲେ ମଧ୍ୟ ସମୁଦ୍ର କେବେବି ଶୁଖେ ନାହିଁ । ପରିଶ୍ରମ ର ଫଳ ଯେତେ ଡେରି ହେଲେ ମଧ୍ୟ ମିଳେ । ସେଥିପାଇଁ ସବୁବେଳେ ପରିଶ୍ରମ କରିବା ଆବଶ୍ୟକ ।