ଦେଶ- ବିଦେଶ

ଡାକ୍ତରଙ୍କ ସୁରକ୍ଷା ଲାଗି ନ୍ୟାସନାଲ ଟାସ୍କଫୋର୍ସ ଗଠିତ

ମାଜ ଡିଜିଟାଲ ଡେସ୍କ: କଲକାତାରେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଲାଗି ଗଠନ ହୋଇଛି ନ୍ୟାସନାଲ ଟାସ୍କଫୋର୍ସ। ସୁପ୍ରିମକୋର୍ଟଙ୍କ ନୀରିକ୍ଷଣରେ ୧୦ଜଣିଆ ଟାସ୍କଫୋର୍ସ ଗଠନ କରାଯାଇଛି। ସିନିଅର ଓ ଜୁନିଅର ଡାକ୍ତରଙ୍କ ସୁରକ୍ଷାୂ ପାଇଁ ପରାମର୍ଶ ଦେବ ଟାସ୍କଫୋର୍ସ। ଡାକ୍ତରଙ୍କ ସୁରକ୍ଷା ପାଇଁ ସାରା ଦେଶରେ କି କାର୍ଯ୍ୟପନ୍ଥା ହେବ ସେନେଇ ପରାମର୍ଶ ଦେବ।

ଏହି ଟାସ୍କ ଫୋର୍ସ ତିନି ସପ୍ତାହରେ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ। ୨ମାସରେ ଅନ୍ତିମ ରିପୋର୍ଟ ପ୍ରଦାନ କରିବେ ଟାସ୍କଫୋର୍ସ। ଏହି ଟାସ୍କଫୋର୍ସରେ ଅଛନ୍ତି ଏମ୍ସର ନିର୍ଦ୍ଦେଶକ ଡା ଏମ୍‌ ଶ୍ରୀନିବାସ, ଡା ଡି ନାଗେଶ୍ୱର ରେଡ୍ଡୀ, ଏମ୍ସ ଯୋଧପୁରର ଡା ଗୋବର୍ଦ୍ଧନ ଦତ୍ତ ପୁରୀ, ଡା ପ୍ରତିମା ମୂର୍ତ୍ତି, ପ୍ରଫେସର ଅନୀତା ସକସେନା, ଡା ପଦ୍ମା ଶ୍ରୀବାସ୍ତବ, ଡା ସୋମିକ୍ରା ପଲ୍ଲବୀ ସୈପଲେ ସାମିଲ ହୋଇଥିବା ବେଳେ ଆଡମିରାଲ ଆର ସରିନ୍‌ ସଦସ୍ୟ ରହିଛନ୍ତି।
କଲକାତା ଲଜ୍ଜାରେ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରି ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। ସେ କହିଛନ୍ତି ଯେ ହସ୍ପିଟାଲ ୨୪ଘଣ୍ଟିଆ ଖୋଲା ଥିବାବେଳେ ଡାକ୍ତରମାନେ ଡ୍ୟୁଟି କରିବେ। ଏହି ସମୟରେ ସେମାନଙ୍କ ସୁରକ୍ଷା ଜରୁରୀ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏହାସହିତ ମାମଲାର ଶୁଣାଣି କରି ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ସହ ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅପିଲ କରିଛନ୍ତି। ଅଗଷ୍ଟ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button