ଖେଳ ଖବର

ଡବ୍ଲୁଟିସି ୨୦୨୫: ପରବର୍ତ୍ତୀ ଟେଷ୍ଟ ନ ଜିତି ମଧ୍ୟ ପଏଣ୍ଟ ଟେବୁଲରେ ୧ ନମ୍ବରରେ ରହିପାରିବ ଟିମ୍ ଇଣ୍ଡିଆ – Kalinga News

[ad_1]

କୋଲକାତା:ଟିମ୍ ଇଣ୍ଡିଆ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ(ଡବ୍ଲୁଟିସି) ୨୦୨୫ ପଏଣ୍ଟ ଟେବୁଲରେ ୧ ନମ୍ବରରେ ରହିଛି। ଅଷ୍ଟ୍ରେଲିଆ ଠାରୁ ୧୭୨ରନରେ ପରାଜିତ ହେବାପରେ ନ୍ୟୁଜିଲ୍ୟାଣ୍ଡ ଏହି ତାଲିକାରେ ୨ ନମ୍ବର ସ୍ଥାନରେ ରହିଛି। ଭାରତ ଇଂଲଣ୍ଡ ବିରୋଧରେ ପଞ୍ଚମ ତଥା ଶେଷ ମ୍ୟାଚ ମାର୍ଚ୍ଚ ୭ରୁ ଖେଳିବ। ଏହା ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଚାଲିବ। ଯଦି ଏହି ମ୍ୟାଚରେ ଭାରତ ଜିତେ ତେବେ ଏହା ୧ ନମ୍ବର ସ୍ଥାନରେ ରହିବ। ଅପରପକ୍ଷରେ ଯଦି ବା ଟିମ୍ ଇଣ୍ଡିଆ ନ ଜିତୁଛି ହେଉଛି ତେବେ ମଧ୍ୟ ପଏଣ୍ଟ ଟେବୁଲରେ ଦଳ ନିଜର ପୂର୍ବ ସ୍ଥିତି ବଜାୟ ରଖି ୧ ନମ୍ବର ରହିବ।

ଟିମ୍ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ଡବ୍ଲୁଟିସି ୨୦୨୫ରେ ୮ ମ୍ୟାଚରୁ ୫ଟିରେ ବିଜୟ ହାସଲ କରି ୧ ନମ୍ବର ସ୍ଥାନରେ ରହିଛି। ଦଳର ବିଜୟ ପଏଣ୍ଟ ପ୍ରତିଶତ ୬୪.୫୮ ରହିଛି। ସେହିପରି ଦ୍ବିତୀୟ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡ ଦଳର ବିଜୟ ପଏଣ୍ଟ ପ୍ରତିଶତ ୬୦ ରହିଛି। ଟିମ୍ ଇଣ୍ଡିଆ ଯଦି ପରାଜିତ ହୁଏ ତେବେ ଦଳର ବିଜୟ ପଏଣ୍ଟ ପ୍ରତିଶତ ହ୍ରାସ ପାଇ ୫୭.୪୦୭ ହେବ। କିନ୍ତୁ ଏହି ମ୍ୟାଚ ଡ୍ର ହେଲେ ଦଳର ପଏଣ୍ଟ ପ୍ରତିଶତ ୬୧.୧୧୧ ରହିବ। ଏପରି ହେଲେ ଦଳ ନଜିତି ମଧ୍ୟ ପଏଣ୍ଟ ଟେବୁଲରେ ୧ ନମ୍ବରରେ ରହିବ।

ଧର୍ମଶାଳା ଟେଷ୍ଟ ଡ୍ର ହେବାର ଆଶଙ୍କା ରହିଛି। କାରଣ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏହି ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିପାରେ। ଏପରିସ୍ଥଳେ ଟିମ୍ ଇଣ୍ଡିଆ ମ୍ୟାଚ ନ ଜିତି ମଧ୍ୟ ପଏଣ୍ଟ ଟେବୁଲରେ ୧ ନମ୍ବରରେ ରହିପାରିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button