NCERT ବିନା ପରୀକ୍ଷାରେ ମିଳିବ ଚାକିରି, ମାସକୁ ଦରମା ୧.୪୦ ଲକ୍ଷ ଟଙ୍କା
ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । NCERT ରେ ଖାଲିପଡିଛି ଅନେକ ପଦବୀ । ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଆବେଦନ କରିବାର ଶେଷ ତାରିଖକୁ ବଢାଇ ୨୭ ଅଗଷ୍ଟ ପର୍ଯ୍ୟନ୍ତ କରାଯାଇଛି । ଯେଉଁମାନେ ପୂର୍ବରୁ ଆବେଦନ କରିନାହାନ୍ତି, ସେମାନେ ଆବେଦନ କରିପାରିବେ । ଏହି ପଦବୀରେ ଆବେଦନ କେବଳ ଅନଲାଇନ କରିବାକୁ ହେବ ।
ଏଥିପାଇଁ ଏନସିଇଆରଟିର ଅଫିସିଆଲ ସାଇଟକୁ ଯାଇ କରିପାରିବେ ।ପ୍ରଫେସର : ୩୩
ଆସିଷ୍ଟାଣ୍ଟ ପ୍ରଫେସର : ୩୨
ଆସୋସିଏଟ ପ୍ରଫେସର : ୫୮
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୭ ଅଗଷ୍ଟ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : କିଛି ପଦବୀ ପାଇଁ ପିଏଚଡି ଏବଂ ୧୦ ବର୍ଷର ଅଭିଜ୍ଞତା ଥିବା ଲୋକ ଆବେଦନ କରିପାରିବେ । ସେହିପରି କିଛି ପଦବୀ ପାଇଁ ପିଏଚଡି ସହିତ ୮ ବର୍ଷର ଅଭିଜ୍ଞତା ଥିବା ଜରୁରୀ । ଆଉ କିଛି ପାଇଁ କେବଳ ପିଏଚଡି ପ୍ରାର୍ଥୀ ଆବେଦନ କରିପାରିବେ ।
ଚୟନ ପ୍ରକ୍ରିୟା : ଏଥିରେ ଚୟନ ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ । କେବଳ ଅନଲାଇନ ଆବେଦନ ଫର୍ମକୁ ସର୍ଟଲିଷ୍ଟ କରାଯାଇ ଯୋଗ୍ୟତା ଆଧାରରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୧,୪୪,୨୦୦ ଟଙ୍କା ପର୍ଯ୍ୟନ୍ତ ମାସକୁ ମିଳିବ । ପଦବୀ ଅନୁସାରେ ଅଲଗା ଅଲଗା ମଧ୍ୟ ମିଳିବ ।