ରାଜ୍ୟ

ବଜ୍ରକାପ୍ତା ସହ କାର ଜବତ ; ଓଡ୍ରାଫ କର୍ମଚାରୀ ସହ ୩ ଗିରଫ

ନ୍ଦପୁର: କୋରାପୁଟ ଜିଲାରେ ପୁଲିସ ପରେ ଏବେ ଓଡ୍ରାଫ କର୍ମଚାରୀ ଚର୍ଚ୍ଚାରେ। ରାଜ୍ୟ ଏସଟିଏଫ ଦଳ ଚଢ଼ଉ କରି ନନ୍ଦପୁର ସେମିଳିଗୁଡା ରାସ୍ତା ବଡେଗାଁ ଗ୍ରାମ ନିକଟରୁ ବଜ୍ରକାପ୍ତା ସହ ଅଲ୍ଟୋ କାର ଜବତ ହୋଇଛି। ଏହି ମାମଲାରେ ୩ ଗିରଫ ହୋଇଛନ୍ତି। ସେମାନେ ହେଲେ ସଦା ଦିସାରି, ମୋଜେଶ ଖରା ଓ ଲାଣ୍ଡୁ ତାଡିଙ୍ଗ, ସେମାନଙ୍କ ମଧ୍ୟରୁ ଜଣେ ଓଡ୍ରାଫ କର୍ମଚାରୀ ଥିବାରୁ କୋରାପୁଟ ଜିଲା ପୁନଃ ଚର୍ଚ୍ଚାକୁ ଆସିଛି।

ସଦା ଦିସାରି ପୁକାଲି ଅଞ୍ଚଳର ବାସିନ୍ଦା। ବଜ୍ରକାପ୍ତାଟି ଆନ୍ଧ୍ର ଦେଇ ବାହାର ରାଜ୍ୟକୁ ସ୍ଥାନାନ୍ତର କରାଯାଉଥିଲା। ଯାହାକୁ ବର୍ତ୍ତମାନ କୋରାପୁଟ ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନରେ ସେମିଳିଗୁଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ରଖାଯାଇଛି। ଚିକିତ୍ସା ପରେ ବଜ୍ରକାପ୍ତା ସୁସ୍ଥ ଥିବା ସେମିଳିଗୁଡା ରେଞ୍ଜର ଟି ପଣ୍ଡା ସୂଚନା ଦେଇଛନ୍ତି। ନିର୍ଦ୍ଦେଶ ମିଳିଲେ ନନ୍ଦନକାନନ ନେଇ ଛଡ଼ା ଯିବ। ତିନି ଗିରଫଙ୍କୁ ଅଦାଲତ ଚାଲାଣ କରାଯାଇଥିବା ସେ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button