ଯଦି ଆପଣ ସାଲାଡରେ ଟମାଟୋ ଓ କାକୁଡି ମିଶାଇ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସତର୍କ

, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଦେବାକୁ ଯାଉଛୁ । ଯାହା ଆପଣ ସବୁବେଳେ ଖାଉଛନ୍ତି କିନ୍ତୁ ସେଥିରେ ଗୋଟେ ବଡ ଭୁଲ କରୁଛନ୍ତି । ଆପଣମାନେ ତ ଜାଣିଥିବେ ତଟକା ଫଳ କିମ୍ବା ପରିବାର ସାଲାଡ ସମସ୍ତେ ଖାଇବାକୁ ଭଲପାନ୍ତି । ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ସବୁଠୁ ଭଲ ଖାଦ୍ୟ ମଧ୍ୟ ।
ଯେଉଁମାନେ ଡାଏଟ ପ୍ଳାନ କରନ୍ତି ସେମାନେ ଅଧିକ ଗୁରୁତ୍ଵ ଦିଅନ୍ତି ଏହି ସାଲାଡକୁ । ଏହା ମଧ୍ୟ ତେଲ ମସଲା ଠାରୁ ଦୂରରେ ରହୁଥିବା ଲୋକଙ୍କ ପାଇଁ ଏକ ବହୁତ ଭଲ ଖାଦ୍ୟ ।
ଲୋକମାନେ ଖାଇଲାବେଳେ କାକୁଡି, ପିଆଜ, ଟମାଟର ମିଶେଇ ଖାଆନ୍ତି । କିନ୍ତୁ ସାଲାଡ ଖାଉଥିବା ଅଧିକାଂଶ ଲୋକ ଜାଣି ନାହାନ୍ତି ଯେ କାକୁଡି ଓ ଟମାଟୋ ମିଶେଇକି ଖାଇବା ଅନୁଚିତ । ଟମାଟୋ ଓ କାକୁଡି ମଧ୍ୟରୁ ଗୋଟେ ପରିବା ଖାଇଲେ ଶୀଘ୍ର ହଜମ ହୁଏ ଏବଂ ଆଉ ଗୋଟେ ବିଳମ୍ବରେ ହଜମ ହୁଏ ।
ବିପରୀତ ଭାବେ ହଜମ ହେଉଥିବା ଖାଦ୍ୟ ଏକା ସହ ଖାଇଲେ ବହୁତ ସମସ୍ୟା ହୋଇଥାଏ। ଏହା ଦ୍ୱାରା ଶରୀରରେ ପେଟ ସମସ୍ୟା ମଧ୍ୟ ହୋଇଥାଏ। ଟମାଟୋ ଓ କାକୁଡି ଏକ ସହ ମିସେଇକି ଖାଇଲେ ଝାଡା ଓ ବାନ୍ତିର ସମସ୍ୟା ହୋଇପାରେ ।