ଦେଶ- ବିଦେଶ

ଦୀପାବଳି ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ ଏହି ୧୦ଟି ଜିନିଷ, ତେବେ ଯାଇ ଘରେ ପ୍ରବେଶ କରିବେ ମା’ ଲକ୍ଷ୍ମୀ

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ରେ ଦୀପାବଳି ପର୍ବ ପାଳନ କରାଯାଏ ।ଏହି ପର୍ବ ରେ ମାଁ ଲକ୍ଷ୍ମୀଙ୍କ ପୂଜା ହୋଇଥାଏ । ଏହି ବର୍ଷ ଦୀପାବଳି ୨୭ଅକ୍ଟୋବର ପବିତ୍ର ଦିନ ରେ ପଡିଛି, କାର୍ତ୍ତିକ ମାସ ଆରମ୍ଭରୁ ଏହି ପର୍ବ ପାଇଁ କାର୍ଯ୍ୟ ହୋଇଥାଏ ସମସ୍ତେ ନିଜ ନିଜ ଘରକୁ ସଫା ରଖିଥାନ୍ତି କାହିଁକିନା ମାନ୍ୟତା ଅଛି କି ସଫା ଘରେ ମାଁ ଲକ୍ଷ୍ମୀ ବାସ କରନ୍ତି ଏବଂ ଯେଉଁଠି ମାଁ ଲକ୍ଷ୍ମୀ ବାସ କରନ୍ତି ସେହି ଜାଗା ରେ ସବୁ କାମ ଶୁଭ ହୋଇଥାଏ ଏବଂ ଧନ ବର୍ଷା ହୋଇଥାଏ ।

ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ଅନୁଯାଇ ଦୀପାବଳି ରେ ଏହି ଜିନିଷ ଘରେ ରଖନ୍ତୁ ନାହିଁ, ଆସନ୍ତୁ ଜାଣିବା ଏହି ଜିନିଷ ଗୁଡିକ ବିଷୟରେ

–      ଯଦି ଆପଣଙ୍କ ଘରେ ଭଙ୍ଗା କାଚ ଅଛି ତାହେଲେ ତାକୁ ତୁରନ୍ତ ଘରୁ ବାହାର କରି ଫିଙ୍ଗି ଦିଅନ୍ତୁ, ଭଙ୍ଗା କାଚ ଅଶୁଭ ଅଟେ ।

–      ଯଦି ଆପଣଙ୍କ ଘରେ କୌଣସି ଖରାପ ଇଲେକ୍ଟ୍ରିକ ଜିନିଷ ଅଛି ତାହେଲେ ତାକୁ ସଜାଡିକି ଉପଯୋଗ କରନ୍ତୁ ନଚେତ କବାଡି ରେ ଫିଙ୍ଗି ଦିଅନ୍ତୁ, ଏହି ପରି ଖରାପ ଜିନିଷ ଆପଣଙ୍କ ଭାଗ୍ୟ ଉପରେ ଅଶୁଭ ହୋଇଥାଏ ।

–      କେବେ ଭୁଲ କରି ବି କୌଣସି ଠାକୁରଙ୍କ ଭଙ୍ଗା ଓ ଖଣ୍ଡିତ ମୂର୍ତ୍ତି ର ପୂଜା କରନ୍ତୁ ନାହିଁ, ଘରେ ଦୁର୍ଭାଗ୍ୟ ମାଡି ଆସିବ ଦୀପାବଳି ପୂର୍ବରୁ ଏହି ପରି ମୂର୍ତ୍ତି ଓ ଫଟୋ କୁ ଭଲ ଜାଗା ରେ ନେଇ ପୋତି ଦିୟନ୍ତୁ ।

 

–      ଦୀପାବଳି ପୂର୍ବରୁ ଘର ଛାତ କୁ ସଫା କରନ୍ତୁ ଏବଂ ଖରାପ ଏବଂ କବାଡି ଜିନିଷ ଘର ବାହାରେ ଫିଙ୍ଗି ଦିଅନ୍ତୁ ।

–      ବାସ୍ତୁ ଅନୁଯାଇ ଘଣ୍ଟା ଆମ ପ୍ରଗତି ର ସଂକେତ କିନ୍ତୁ ଯଦି ଘଣ୍ଟା ଖରାପ ଅଛି ତାହେଲେ ତାକୁ ସଜାଡନ୍ତୁ ନଚେତ ଫିଙ୍ଗି ଦିଅନ୍ତୁ, ଖରାପ ଘଣ୍ଟା ଆପଣଙ୍କ ଉନ୍ନତି ରେ ବାଧା ହୋଇ ପାରେ ।

–      ଘରେ ପୁରୁଣା ଜୋତା ଓ ଚପଲ ଯାହା ଆପଣ ବ୍ୟବହାର କରୁ ନାହାନ୍ତି ତାକୁ ଫିଙ୍ଗି ଦିଅନ୍ତୁ ଏହି ପୁରୁଣା ଜିନିଷ ଘରେ ନକାରାତ୍ମକ୍ତା ଓ ଦୁର୍ଭାଗ୍ୟ ଆଣିଥାଏ ।

–      କେବେ ବି ଭଙ୍ଗା ବାସନ ବ୍ୟବାହର କରିବା ଉଚିତ ନୁହେଁ, ଏହି ଦୀପାବଳି ଆଗରୁ ନିଜ ଘର ଭଙ୍ଗା ବାସନ ବାହାର କରି ଦିଅନ୍ତୁ ।

 

–      ବାସ୍ତୁ ଶାସ୍ତ୍ର ଅନୁଯାଇ ଘରେ ଭଙ୍ଗା ଫର୍ନୀଚର ରଖିବା ଅଶୁଭ ଅଟେ, ଭଙ୍ଗା ଫର୍ନୀଚର ଭାଗ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

–      ଭଙ୍ଗା ଆଇନା ରଖିଲେ ଘରେ ନକାରାତ୍ମକ ଊର୍ଜା ଆସିଥାଏ ଏବଂ ଘର ଲୋକଙ୍କୁ ମାନସିକ ପୀଡା ହୋଇଥାଏ ଏହା ବାସ୍ତୁ ଶାସ୍ତ୍ର ରେ କୁହା ଯାଇଛି ।

–      ଘରେ କେବେ ବି ନିଜ ଲୋକଙ୍କ ବା ଅନ୍ୟ ଭଙ୍ଗା ଫଟୋ ରଖନ୍ତୁ ନାହିଁ ଏହା ଭଲ ସଂକେତ ନୁହେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button