ରାଜ୍ୟ

କଲଭର୍ଟ ପୋଲ ତଳୁ ଗଳିତ ମୃତଦେହ ଉଦ୍ଧାର

: କଲଭର୍ଟ ପୋଲତଳୁ ଗଳିତ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ବଡ଼ବିଲ ନିକଟ କାର୍ଗିଲ ଛକରେ ଥିବା କଲଭର୍ଟ ପୋଲ ତଳୁ ଏହି ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ବଡ଼ବିଲ ନିକଟ କାର୍ଗିଲ ଛକରେ ଥିବା କଲଭର୍ଟ ପୋଲ ତଳେ ଏକ ଗଳିତ ମୃତଦେହ ପଡିଥିଲା।

ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ମୃତଦେହ ନିକଟରେ ଏକ ବ୍ୟାଗ ସହ ଚପଲ ପଡିଥିବା ଦେଖିବାକୁ ମିଳିଛି। କେହି ଦୁର୍ବୃତ୍ତ ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button