ଧାର୍ମିକ ଶାସ୍ତ୍ର ଅନୁସାରେ ଜାଣନ୍ତୁ ଚରଣ ସ୍ପର୍ଶ କରିବା ପଛରେ କଣ ରହିଛି କାରଣ?

ଆମର ଭାରତ ଦେଶରେ ବହୁତ ପରମ୍ପରା ଅଛି ଯାହା ପ୍ରାଚୀନ କାଳରୁ ପ୍ରଚଳିତ ଅଛି ଯାହାକୁ ଆଜି ପର୍ଯ୍ୟନ୍ତ ଲୋକମାନେ ମାନି ଆସୁଛନ୍ତି । ସେଥି ମଧ୍ୟରୁ ଚରଣ ସ୍ପର୍ଶ କରିବା ଅନ୍ୟତମ । ଭାରତୀୟ ପରମ୍ପରା ଅନୁସାରେ ଯଦି ବ୍ୟକ୍ତି ଦିନର ଆରମ୍ଭ ବଡଲୋକ ମାନଙ୍କର ପାଦ ଛୁଇଁ ଆଶୀର୍ବାଦ ନେଇ କରିଥାଏ ତେବେ ତାହାର ପୁରା ଦିନ ବହୁତ ଭଲରେ କଟିଥାଏ ।
ପୁରୁଣା ପରମ୍ପରା ଅନୁସାରେ ଯଦି ଘରର କମ ବୟସ୍କ ଲୋକ ନିଜ ଘରର ନିଜଠାରୁ ବଡଲୋକଙ୍କଠାରୁ ଆଶୀର୍ବାଦ ନିଅନ୍ତି ତେବେ ଏହା ଦ୍ଵାରା ଘର ପରିବାରର ବଡ ଲୋକଙ୍କୁ ସମ୍ମାନ ମିଳିଥାଏ । ଆଜିକାଲିର ସମୟରେ ଏମିତି ବି ବହୁତ ଲୋକ ଅଛନ୍ତି ଯେଉଁମାନେ ହିନ୍ଦୁ ସଂସ୍କୃତିରେ ବଡ ମାନଙ୍କର ପାଦ ସ୍ପର୍ଶ କରିବାକୁ ମାତ୍ର ଏକ ପରମ୍ପରା ବୋଲି ଭାବନ୍ତି କିନ୍ତୁ ଏହା କେବଳ ଏକ ପରମ୍ପରା ନୁହେଁ ଆଦରର ଏକ ରୂପ ମଧ୍ୟ ହୋଇଥାଏ । ଯଦି ଆପଣ କୌଣସି ବୟସ୍କ ଲୋକଙ୍କୁ ସମ୍ମାନ ଦେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଆଦରର ସହିତ ନମସ୍କାର କରନ୍ତୁ ବା ତାଙ୍କ ପାଦ ସ୍ପର୍ଶ କରନ୍ତୁ ।
ମନୋ ବୈଙ୍ଗ୍ୟାନିକଙ୍କ ଅନୁସାରେ ଚରଣ ସ୍ପର୍ଶ କରିବା ବାସ୍ତବରେ ଏକ ବ୍ୟାୟାମ ଅଟେ । ଯଦି ଆପଣ କାହାର ଚରଣ ସ୍ପର୍ଶ କରୁଛନ୍ତି ତାହା ଆପଣଙ୍କର ଏକ ଶାରୀରିକ ବ୍ୟାୟାମ ହୋଇଥାଏ । ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ଚରଣ ସ୍ପର୍ଶ କରିବା ପାଇଁ ବ୍ୟକ୍ତିକୁ ନଇଁବାକୁ ପଡିଥାଏ ଏପରି ସ୍ଥିତିରେ ସେହି ବ୍ୟକ୍ତିର ପୁରା ଶରୀର ମୋଡି ହୋଇଯାଇଥାଏ ଏହା ବ୍ୟତୀତ ଯେତେବେଳେ ଆମେ ଚରଣ ସ୍ପର୍ଶ କରିବା ପାଇଁ ନଇଁଥାଉ ଆମ ଶରୀରର ନମନୀୟତା ବଜାୟ ରହିଥାଏ ଓ ଏହା ଦ୍ଵାରା ଆମ ମସ୍ତିସ୍କରେ ରକ୍ତ ସଞ୍ଚାଳନର ବେଗ ବଢିଯାଇଥାଏ ଯାହା ମସ୍ତିସ୍କର ମାଂସପେଶୀମାନଙ୍କ ପାଇଁ ବହୁତ ଭଲ ହୋଇଥାଏ ।