ସ୍ୱାସ୍ଥ୍ୟ

ସାବଧାନ! ଚା ପିଇବା ସମୟରେ କେବେବି କରନ୍ତୁ ନାହିଁ ଏହି 5ଟି ଭୁଲ, ଦେଖାଦେଇପାରେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା

ବହୁତ କମ ଲୋକ ଥାଆନ୍ତି ଯେଉଁମାନଙ୍କୁ ଚା’ ପସନ୍ଦ ନୁହେଁ କିନ୍ତୁ ବହୁତ ଲୋକ ଚା ପିଇବାକୁ ଭଲ ପାଇଥାନ୍ତି । ଯେଉଁମାନଙ୍କୁ ଚା’ ପସନ୍ଦ ହୋଇଥାଏ ସେମାନଙ୍କର ଚା’ ଅଭ୍ୟାସରେ ପଡିଯାଏ କିଛି ବି ହେଇ ଯାଉ ନା କାହିଁକି ସେମାନଙ୍କୁ ଚା ସେହି ସମୟରେ ଦରକାର ଯେଉଁ ସମୟରେ ସେମାନେ ପିଅନ୍ତି । କିଛି କାରଣରୁ ଚା’ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ କିନ୍ତୁ ଅଧିକ ସମୟରେ ଚା’ ଦ୍ଵାରା ହେଉଥିବା କ୍ଷତି ହିଁ କୁହାଯାଏ ।

ଚା’ ପିଇବାର ବି ସମୟ ଥାଏ ଏବଂ ସେହି ସମୟ ବ୍ୟତୀତ ବା କିଛି ନିୟମ ସାଥିରେ ଚା’ ପିଅନ୍ତି ନାହିଁ, ତେବେ ଆପଣାକୁ ଏହାର ମୂଲ୍ୟ ନିଜ ସ୍ୱାସ୍ଥ୍ୟକୁ ହରାଇ ଦେବାକୁ ପଡିବ । ଚା’ ପିଇବାର ବି କିଛି ଉପାୟ ଥାଏ ଏବଂ ଯଦି ଆପଣ ଚା’ ପିଇବା ସମୟରେ ଭୁଲରେ ବି କରିବେନି ଏହି ୫ ଟି ଭୁଲ , ତେବେ ଆପଣ ସ୍ୱାସ୍ଥ୍ୟ ସହିତ ଯୋଡା କିଛି ଅସୁବିଧାର ସମ୍ମୁଖିନ୍ନ ହୋଇ ପାରନ୍ତି ଯାହା କାରଣରୁ ଆପଣଙ୍କୁ ଚା’ ବି ଛାଡିବାକୁ ପଡିପାରେ ।

୧. ଖାଲି ପେଟରେ ଚା’ ପିଇବା ହାନିକରକ ହୋଇଥାଏ ଯାହା କାରଣରୁ ଏସିଡିଟି ହୋଇଥାଏ , କେବେ କେବେ ଏହା ଏତେ ଅଧିକ ବଢି ଯାଏ ଯେ ଫ୍ରୀ ରେଡ଼ିକଲ୍ସ ଓ କ୍ୟାନ୍ସର ଭଳି ବଡ ବଡ ରୋଗର ଆପଣ ଶିକାର ହୋଇଥାନ୍ତି । ଏହିପାଇଁ ସକାଳୁ ଉଠି ପ୍ରଥମେ ଚା’ ବଦଳରେ ପାଣି ପିଅନ୍ତୁ ଓ ଅଧଘଣ୍ଟା ପରେ ଚା’ ପିଅନ୍ତୁ ।

୨। କିଛି ଲୋକଙ୍କର ଅଭ୍ୟାସ ଖାଇବା ପରେ ପରେ ଚା’ ପିଇବାକୁ ଲାଗନ୍ତି , କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଏମିତି କରିବା ଦ୍ଵାରା ଖାଦ୍ୟରୁ ଆପଣଙ୍କ ଶରୀରକୁ ମିଳୁଥିବା ତତ୍ତ୍ଵ କେବେ ବି ଆପଣଙ୍କ ଶରୀରରେ ପହଞ୍ଚି ପାରେ ନାହିଁ କାରଣ ଚା’ ପିଇବା ଦ୍ଵାରା ସେହି ତତ୍ତ୍ଵ ଗୁଡିକ ମରିଯାଇଥାଏ ।

 

୩। ବହୁତ ଲୋକ ବହୁତ ଗରମ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଚା’ କୁ ବହୁତ ସମୟ ପର୍ଯ୍ୟନ୍ତ ଫୁଟାନ୍ତି କିନ୍ତୁ ଚା’କୁ ଅଧିକ ସମୟ ପର୍ଯ୍ୟନ୍ତ ଫୁଟାଇବା ବି ଉଚିତ ନୁହେଁ । ଚା’ କୁ ଅଧିକ ଫୁଟାଇ କଡା କରି ପିଇବା ଆପଣଙ୍କର ଭୁଲ ହୋଇପାରେ । ଏହା ମଧ୍ୟ ଆପଣକ ଶରୀରରେ ଏସିଡିଟି ସୃଷ୍ଟି କରିଥାଏ ।

୪. ଅଧିକ ଚା’ ପିଇବାକୁ ଆଲକୋହଲ ପିଇବା ସହିତ ସମାନ କରାଯାଏ । ଏହା ମଧ୍ୟ ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button