ଦେଶ- ବିଦେଶ

ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କେରଳର ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆକାଶମାର୍ଗରୁ ନୀରିକ୍ଷଣ କରିବା ସହ ଭୁସ୍ଖଳନ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମୀକ୍ଷା ପରେ କେରଳ ଭୁସ୍ଖଳନ ପୀଡିତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର। ସେପଟେ ଏହି ବିପର୍ୟ୍ୟୟକୁ ଜାତୀୟ ବିପର୍ୟ୍ୟୟ ଘୋଷଣା କରିବାକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦାବି କରିଛନ୍ତି। ୩୦ ଜୁଲାଇ ୨୦୨୪ରେ ପ୍ରବଳ ବର୍ଷା ହେତୁ କେରଳର ୱାୟାନାଡ ଜିଲ୍ଲାରେ ଭୂସ୍ଖଳନ ଘଟିଥିଲା। ଏଯାଏଁ ଏହି ଅଘଟଣରେ ୪୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ ଜଣ ନିଖୋଜ ଅଛନ୍ତି ଜୁଲାଇ ୩୦ ପରେ ଆରମ୍ଭ ହୋଇଥିବା ଦଶ ଦିନିଆ ଉଦ୍ଧାର କାର୍ୟ୍ୟ ପରେ ଭାରତୀୟ ସେନା ଶୀଘ୍ର ୱାୟନାଡରୁ ଫେରିବାକୁ ଯାଉଛି। ସେନା ଉଦ୍ଧାର କାର୍ଯ୍ୟକୁ ଏନଡିଆରଏଫ, ଏସଡ଼ିଆରଏଫ, ଅଗ୍ନିଶମ ବାହିନୀ ଏବଂ କେରଳ ପୋଲିସକୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button