ରାଜ୍ୟ

ହାସିନାଙ୍କ ପରେ ହାସନଙ୍କ ପାଳି

ହାସିନାଙ୍କ ପରେ ହାସନଙ୍କ ପାଳି। ଘଣ୍ଟାକ ଭିତରେ ପଦ ଛାଡ଼। ନଚେତ ଘର କବଜା କରିବୁ। ବାଂଲାଦେଶରେ ହଜାର ହଜାର ଆନ୍ଦୋଳନକାରୀ ଛାତ୍ର ସୁପ୍ରିମକୋର୍ଟ ଘେରାଉ କରିବା ସହ ପ୍ରଧାନ ବିଚାରପତିଙ୍କୁ ଏମିତି ମହଲତ ଦେଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଓବାଇଦୁଲ୍ ହାସନ ତୁରନ୍ତ ଫୁଲ୍ କୋର୍ଟ ମିଟିଂ ବନ୍ଦ କରି ଇସ୍ତଫା ଦେବାକୁ ଚାପ ପଡ଼ିଥିଲା। ଅନ୍ତରୀଣ ସରକାରର ଯୁବ ମନ୍ତ୍ରଣାଳୟର ଉପଦେଷ୍ଟା ଆସିଫ୍ ମେହେମୁଦ୍ ବି ନିଃସର୍ତ୍ତ ଇସ୍ତଫା ଦେବାକୁ ଦାବି କରିଥିଲେ। ଶେଷରେ ପଦ ଛାଡ଼ିଲେ ସିଜେଆଇ।

ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ସେନା ଦେଇଥିଲା ମାତ୍ର ୪୫ ମିନିଟର ମହଲତ। ଉଭୟ ପଦ ଓ ଦେଶ ଛାଡ଼ି ଚାଲିଗଲେ ହାସିନା। ଏବେ ସମାନ ରଣନୀତି ଲାଗୁ ହୋଇଥିଲା ବାଂଲାଦେଶର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଉପରେ। ଘଣ୍ଟାକ ଭିତରେ ପଦ ଛାଡ଼। ନଚେତ ଘର କବଜା କରିବୁ। ସିଜେଆଇ ଜଷ୍ଟିସ ଓବାଇଦୁଲ୍ ହାସନଙ୍କୁ ଏଭଳି ମହଲତ ଶନିବାର ଦେଇଥିଲେ ହଜାର ହଜାର ଆନ୍ଦୋଳନକାରୀ ଛାତ୍ର। ସୁପ୍ରିମକୋର୍ଟ ଘେରାଓ କରିଥିଲେ ଜମାତ-ଇ-ଇସଲାମି ସଂଗଠନ ଓ ବିଏନପି ଦଳର ଶତାଧିକ କର୍ମୀ। ପ୍ରଧାନ ବିଚାରପତି ଜଷ୍ଟିସ ଓବାଇଦୁଲ୍ ହାସନ ତୁରନ୍ତ ଫୁଲ୍ କୋର୍ଟ ମିଟିଂ ବନ୍ଦ କରି ଇସ୍ତଫା ଦେବାକୁ ଚାପ ପଡ଼ିଥିଲା। ଆଉ ଉଭୟ ଚାପ ଓ ଭୟରେ ପଦରୁ ଇସ୍ତଫା ଦେଇଥିଲେ ଚିଫ୍ ଜଷ୍ଟିସ୍ ଓବାଇଦୁଲ୍ ହାସନ। ଅନ୍ତରୀଣ ସରକାରର ଯୁବ ମନ୍ତ୍ରଣାଳୟର ଉପଦେଷ୍ଟା ଆସିଫ୍ ମେହେମୁଦ୍ ବି ନିଃସର୍ତ୍ତ ଇସ୍ତଫା ଦେବାକୁ ଦାବି କରିଥିଲେ। ଅପରାହ୍ନ ଗୋଟାଏ ସୁଦ୍ଧା ପଦ ଛାଡ଼ିବାକୁ ମହଲତ ଦେଇଥିଲେ ଆନ୍ଦୋଳନକାରୀ।

ସେପଟେ ଆଇନ, ନ୍ୟାୟ ଓ ସଂସଦୀୟ ମନ୍ତ୍ରଣାଳୟର ଉପଦେଷ୍ଟା ପ୍ରଫେସର ଆସିଫ ନଜରୁଲ କହିଛନ୍ତି, ଜୁଲାଇ ୧ରୁ ଅଗଷ୍ଟ ୫ ଭିତରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଆସନ୍ତା ୩ ଦିନ ଭିତରେ ଲାଗୁ ହେବ। ଏହା ପୂର୍ବରୁ ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ନେଇ ବୈଠକ ଡାକିଥିଲେ। କିନ୍ତୁ ଆନ୍ଦୋଳନକାରୀଙ୍କ ବିରୋଧ ଦେଖି ଏହାକୁ ସ୍ଥଗିତ କରିଦେଇଥିଲେ। ଆଉ ଏହା ପରେ ପରେ ପଦ ଛାଡ଼ିଦେଇଥିଲେ। ଇସ୍ତଫା ଦେବା ପରେ ପ୍ରଧାନ ବିଚାରପତି କହିଥିଲେ, ଦେଶର ସ୍ଥିତିକୁ ଦେଖି ସୁପ୍ରିମକୋର୍ଟ, ହାଇକୋର୍ଟ ଓ ତଳକୋର୍ଟର ବିଚାରପତିଙ୍କ ସୁରକ୍ଷାକୁ ସୁନିଶ୍ଚିତ ଲାଗି ସେ ପଦ ଛାଡ଼ୁଛନ୍ତି। ଅନ୍ୟ ବିଚାରପତି ପଦରୁ ଇସ୍ତଫା ଦେବେ ବି ନାହିଁ, ଏ ନିଷ୍ପତ୍ତି ବିଚାରପତିମାନେ ନେବେ ବୋଲି କହିଥିଲେ ଜଷ୍ଟିସ୍ ହାସନ।

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଭିତରେ ଭାରତକୁ ପଳାୟନ ପରେ ୮୪ ବର୍ଷୀୟ ନୋବେଲ ପୁରଷ୍କାର ବିଜେତା ମହମ୍ମଦ ୟୁନୁସ୍ ଗୁରୁବାର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବା ପରେ ଏଭଳି ବଡ଼ ଆକ୍ସନ ବୋଲି ଚର୍ଚ୍ଚା ହେଉଛି। କାରଣ ଜଷ୍ଟିସ୍ ହାସନ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଘନିଷ୍ଠ ବୋଲି କୁହାଯାଏ। ହାସନଙ୍କୁ ଗଲା ବର୍ଷ ବାଂଲାଦେଶର ପ୍ରଧାନ ବିଚାରପତି ନିଯୁକ୍ତ କରାଯାଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button