ରାଜ୍ୟ

ଅସହାୟ ଧର୍ମାନନ୍ଦକୁ ସାହାଯ୍ୟ କଲେ ଖୁସି ବାଣ୍ଟିବା ଫାଉଣ୍ଡେସନ

ଚାନ୍ଦବାଲି : ଗୋଟିଏ ଦୁର୍ଘଟଣା ବଦଳାଇ ଦେଇଛି ଜୀବନର ମୋଡ଼ । ଏମିତି ଅନେକ ପରିବାର ମୁହଁରୁ ହସ ଛଡ଼ାଇ ନେଇଛି ଏହି ଦୁର୍ଘଟଣା । ଜୀବନରେ କାଳ ହୋଇ ଠିଆ ହୋଇଛି । ହସଖୁସି ପରିବାରରେ ସତେ ଯେମିତି କାହାର କଳା ନଜର ଲାଗି ଗଲା । ଭଲରେ ଚାଲିଥିବା ସୁଖର ସଂସାର ଉପରେ ହଠାତ୍‌ ଲଦି ହୋଇଯାଇଛି ଦୁଃଖର ପାହାଡ଼ । କଷ୍ଟ ଯନ୍ତ୍ରଣାରୁ ବାହାରିବା ପାଇଁ ପ୍ରତିଦିନ କରୁଛନ୍ତି ସଂଘର୍ଷ ।

ଏଭଳି ଏକ ପରିବାର ହେଉଛି ଧରମାନନ୍ଦଙ୍କ ପରିବାର ।

୨୦୨୦ ମସିହାରେ ନିଜ ଘରୁ ଧୂଷୁରୀ ଯାଉଥିବା ବେଳେ ଧରମାନନ୍ଦଙ୍କର ଦୁର୍ଘଟଣା ଘଟି ଥିଲା। ସେହି ଦୁର୍ଘଟଣାରେ ଧର୍ମାନନ୍ଦ ଆକର୍ମଣ୍ୟ ହୋଇପଡ଼ିଥିଲେ । ପରିବାର କହିଲେ ଧର୍ମାନନ୍ଦଙ୍କର ଦୁଇ ଝିଅ । କାଠ କାମ କରି ପରିବାର ପୋଷଣ କରିଥାଆନ୍ତି । ଅକର୍ମଣ୍ୟ ହେବା ପରେ ଏବେ ଘରେ ବସି ରହୁଛନ୍ତି ଧର୍ମାନନ୍ଦ । କୌଣସି କାର୍ଯ୍ୟ କରିପାରୁ ନାହାଁନ୍ତି । ତାଙ୍କ ପରିବାର ଚଳିବ କେମିତି ଚିନ୍ତାରେ ଧରମାନନ୍ଦ। ତେଣୁ ସାହାର୍ଯ୍ୟ ପାଇଁ ନିବେଦନ କରିଛନ୍ତି । ଯେଉଁ ଖବର ପ୍ରସାରିତ ହେବା ପରେ ଧରମାନନ୍ଦଙ୍କୁ ସାହାଯ୍ୟ କରିବା ପାଇଁ ଧାଇଁ ଆସିଛନ୍ତି ଖୁସି ବାଣ୍ଟିବା ଫାଉଣ୍ଡେସନ ଟ୍ରଷ୍ଟ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଳଗ ପଂଚାୟତର ଓଳଗ ଗାଁର ଭିନ୍ନକ୍ଷମ ଓ ଅସହାୟ ଯୁବକ ଧର୍ମାନନ୍ଦ କିଛି ମାସ ହେଲା ରୋଗାଗ୍ରସ୍ତ ହୋଇ ଘରେ ପଡିରହିଛନ୍ତି । ଏହି ଖବର ଜାଣିବା ପରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ଅଗ୍ରଣୀ ସଂଗଠନ ଖୁସି ବାଣ୍ଟିବା ଫାଉଣ୍ଡେସନ ତରଫ୍ରରୁ ଦଶହଜାର ଟଙ୍କାର ଆର୍ଥିକ ସାହାର୍ଯ୍ୟ କରାଯାଇଛି । ଟ୍ରଷ୍ଟର ସଦସ୍ୟ ଓ ସଦସ୍ୟା ମାନେ ଧର୍ମାନନ୍ଦଙ୍କ ଘରେ ପହଁଚି ସାହାର୍ଯ୍ୟ କରିଛନ୍ତି । ସାହାଯ୍ୟ ପାଇବା ପରେ ଧରମାନନ୍ଦଙ୍କ ପରିବାରରେ ଖେଳିଯାଇଛି ଆନନ୍ଦର ଲହରି । ଆଉ ଟ୍ରଷ୍ଟକୁ ଜଣାଇଛନ୍ତି କୃତଜ୍ଞତା ।

Related Articles

Leave a Reply

Your email address will not be published. Required fields are marked *

Back to top button