ରାଜ୍ୟ

ବରିଷ୍ଠ IAS ସ୍ତରରେ ଅଦଳବଦଳ, ୨୦ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ

ଭୁବନେଶ୍ୱର : ବରିଷ୍ଠ IAS ସ୍ତରରେ ଅଦଳବଦଳ । ଗତକାଲି ବିଳମ୍ବିତ ରାତିରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ୨୦ ଜିଲ୍ଲାରେ ନିଯୁକ୍ତ ହୋଇଛନ୍ତି ନୂଆ ଜିଲ୍ଲାପାଳ। ଦିଲ୍ଲୀପ ରାଉତରାୟ ହେଲେ ଭଦ୍ରକ ଜିଲ୍ଲାପାଳ, ବିଜୟ କୁମାର ଦାସଙ୍କୁ ଗଜପତି ଜିଲ୍ଲାପାଳ ଓ ସ୍ମୃତିରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।

ପାରୁଲ ପଟ୍ଟୱାରୀ ରାୟଗଡ଼ା ଜିଲ୍ଲାପାଳ , ଅମ୍ରିତ ଋତୁରାଜ କନ୍ଧମାଳ ଜିଲ୍ଲାପାଳ, ସିଦ୍ଧେଶ୍ବର ବଳିରାମ ବୋନ୍ଦାରଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ହେଲେ କଟକ ଜିଲ୍ଲାପାଳ । ହେମକାନ୍ତ ସାଏ ମୟୂରଭଞ୍ଜ ଜିଲ୍ଲାପାଳ, ପି. ଅନ୍ବେଷା ରେଡ୍ଡୀ ଯାଜପୁର ଜିଲ୍ଲାପାଳ, ଆଶିଷ କୁମାର ପାଟିଲ ହୋଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ସୋମେଶ କୁମାର ଉପାଧ୍ୟାୟଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି ।

ଶୁଭଙ୍କର ମହାପାତ୍ର ନବରଙ୍ଗପୁର ଜିଲ୍ଲାପାଳ, ସୂର୍ଯ୍ୟବଂଶୀ ମୟୂର ବିକାଶ ବାଲେଶ୍ବର ଜିଲ୍ଲାପାଳ, ଜେ. ସୋନାଲ ଜଗତସିଂହପୁର ଜିଲ୍ଲାପାଳ ଓ ପାୱାର ସଚିନ ପ୍ରକାଶ ହେଲେ କଳାହାଣ୍ଡି ଜିଲ୍ଲାପାଳ । ଅକ୍ଷୟ ସୁନିଲ ଅଗ୍ରୱାଲ ହେଲେ ନୟାଗଡ଼ ଜିଲ୍ଲାପାଳ । ମନୋଜ ସତ୍ୟବାନ ସୁନ୍ଦରଗଡ଼ ଜିଲ୍ଲାପାଳ, କବିନ୍ଦ୍ର କୁମାର ସାହୁ ଦେବଗଡ଼ ଜିଲ୍ଲାପାଳ, ମଧୁସୂଦନ ଦାଶ ନୂଆପଡ଼ା ଜିଲ୍ଲାପାଳ, ସୁବ୍ରତ କୁମାର ପଣ୍ଡା ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଜସ୍ୱ ବୋର୍ଡର ସଚିବ ଭାବେ କାର୍ଯ୍ୟ କରୁଥିବା ୨୦୦୦ ବ୍ୟାଚ IAS ବିଜୟକେତନ ଉପାଧ୍ୟାୟଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

ସେହିପରି ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକରେ ରାଜସ୍ୱ ବୋର୍ଡର ସଚିବ ଭାବେ ନିଯୁକ୍ତି ପାଇଛନ୍ତି । କମଳ ଲୋଚନ ମିଶ୍ରଙ୍କୁ ଓସଡମା ନିର୍ବାହୀ ନିର୍ଦ୍ଦେଶ ଦାୟିତ୍ବ ଦିଆଯାଇଛି । କମଳ ଲୋଚନ ମିଶ୍ରଙ୍କୁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି । ନିଖିଲ ପୱନ କଲ୍ୟାଣଙ୍କୁ ମୂର୍ତ୍ତିକ ସଂରକ୍ଷଣ, ଜଳଛୟ ଉନ୍ନୟନ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି । ସ୍ବଧାଦେବ ସିଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । ୫ ଜିଲ୍ଲାର ଜିଲ୍ଳାପାଳ ଭାବେ ମହିଳା ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । କିନ୍ତୁ ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଜିଲାର ଜିଲ୍ଲାପାଳ ବଦଳି ନାହାନ୍ତି । ଏବେ ଡିଜିପି ଚୟନ ପ୍ରକ୍ରିୟା ଜାରି ରହିଛି । ତେଣୁ ଖୁବଶୀଘ୍ର ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button