ରାଜ୍ୟ

ପିଲା ଚୋରି ଓ ବିକ୍ରି କରିବା ଅଭିଯୋଗରେ ୬ ଗିରଫ, କଟକରୁ ନେଇ ଦଶପଲ୍ଲାରେ ବିକି ଦେଇଥିଲେ

ଟକ : କଟକରେ ପିଲା ଚୋରି ଓ ବିକ୍ରି କରିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ଭିତରୁ ତିନି ଜଣ ମହିଳା ଅଛନ୍ତି । ଏହି ଦଲାଲ ମାନେ ନାବାଳକକୁ କଟକରୁ ଚୋରି କରି ଦଶପଲ୍ଲାରେ ବିକିଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ପିଲାଙ୍କୁ ଉଦ୍ଧାର କରିଛି ।

 

ଗତ ଶୁକ୍ରବାର ତାଙ୍କ ଦୁଇ ପୁଅ ସଉଦା ଦୋକାନକୁ ଯାଇ ସନ୍ଧ୍ୟାରେ ଫେରୁଥିଲେ । ଏହି ସମୟରେ ଜଣେ ଅଟୋ ରିକ୍ସା ଚାଳକ ଉଭୟଙ୍କୁ ଅପହରଣ କରି ନେଇଥିଲେ । ଜଣେ ମହିଳାଙ୍କ ସହାୟତାରେ ଉଭୟଙ୍କୁ ଏକ ଘରେ ଦୁଇ ଦିନ ବନ୍ଦ କରି ରଖାଯାଇଥିଲା । କିନ୍ତୁ ୯ ବର୍ଷର ବଡ ପୁଅ କୌଶଳ କ୍ରମେ ଖସି ଆସି ଘଟଣା ସମ୍ପର୍କରେ ପରିବାର ବର୍ଗଙ୍କୁ ଜଣାଇଥିଲା। ଏହା ପରେ ପୋଲିସ ଟିମ୍ ଦଶପଲ୍ଲାରେ ଚଢ଼ଉ କରି ସାନ ପୁଅକୁ ଉଦ୍ଧାର କରିଥିଲେ। ଅପହରଣକାରୀ ମହିଳାଙ୍କ ସମେତ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି । ମହିଳାଜଣଙ୍କ କେଉଁ ଉଦ୍ଦେଶ୍ଯରେ ନାବାଳକଙ୍କୁ ଅପହରଣ କରିଥିଲେ, ତାଙ୍କ ସହ ଆଉ କିଏ ସଂପୃକ୍ତ ରହିଛି କି ନାହିଁ ସେନେଇ ତଦନ୍ତ କରୁଛି ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button