ରାଜ୍ୟ

ସାମାନ୍ୟ ଯୁକ୍ତିତର୍କ ଆଉ ତାପରେ ଏଭଳି କାଣ୍ଡ: ପୁଅକୁ ହରାଇ ଶୁଖୁନି ମାଆ ଆଖିର ଲୁହ

ଭୁବନେଶ୍ୱର : ଏ ମାଆଟିର କାନ୍ଦ ଶୁଣି ଛାତି ଫାଟିପଡୁଛି । ଆଖିର ଲୁହ ବୋଲ ମାନୁନି । ନିଜର ଏକୋଇରବଳା ବିଶିକେଶନକୁ ହରାଇଦେଇଛି ମାଆଟି । ତା କୁଳନନ୍ଦନକୁ କିଏ ଛଡାଇ ନେଇଛି ତା କୋଳରୁ । କିଏ ତା ପୁଅକୁ ଛୋଟା କେମ୍ପା କରି ଦେଇଥାନ୍ତା ହେଲେ, ଏମିତି ଜୀବନ ନେଇଗଲା କାହିଁକି?

ଗୋଟିଏ ବୋଲି ପୁଅ ଥିଲା ମୋର । ମୁଁ ମଲା ବେଳକୁ ମୋ ମୁହଁରେ ପାଣି ଦେଇଥାନ୍ତା ।

ଉଭଣୀ ମାନଙ୍କର ସାତ ବଳ ଥିଲା । ଆଉ କଣ ମୋ ପୁଅ ମୋ ପାଖକୁ ଫେରିବ । ମୋର ତ ସବୁ ଗଲା । ଆଉ ଏବେ କିଛି ଦରକାର ନାହିଁ । ମତେ ନ୍ୟାୟ ଦରକାର । ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର । ଏମିତି କିଛି କୋହଭରା କଣ୍ଠରେ କାନ୍ଦି କାନ୍ଦି ଚିତ୍କାର କରି କହୁଛି ଏକ ଦୁଃଖିନି ମାଆଟି । ଏପଟେ ସାହି ଭାଇ ଏକାଠି ହୋଇଛନ୍ତି । ଧର୍ଯ୍ୟହରା ପରିବାର ଲୋକେ ଯେମିତି ସ୍ଥାଣୁ ପାଲଟିଯାଇଛନ୍ତି । ଯେତେ ଯାହା ହେଲେ ବି କିଏ କଣ ଏମିତି କରିପାରେ । ତେବେ ଘଟଣା କଣ?

ଏ ଘଟଣା ନିଦ ହଜାଇ ଦେଇଛି ରାଜଧାନୀବାସୀଙ୍କର । କିଏ କଣ ଏମିତି ସାମାନ୍ୟ କଥାକୁ ନେଇ ଜୀବନ ନେଇଯାଇପାରେ । ଆଜିକାଲି ବଢିଚାଲିଛି ଅପରାଧ ଆଉ ଅପରାଧୀଙ୍କ ସଂଖ୍ୟା । ପୋକ ମାଛି ଭାବି ମଣିଷ ମଣିଷର ଜୀବନ ନେବାକୁ ବି ପଛଘୁଞ୍ଚା ଦେଉନାହିଁ । ଆଗପଛ ବିଚାର କରିବାର ଜ୍ଞାନ ହରାଇଲାଣି ମଣିଷ । ସାମାନ୍ୟ କଥାକୁ ନେଇ ଘଟାଉଛି ଏଭଳି କାଣ୍ଡ ଯାହା ଏ ମଣିଷ ଜାତି ପାଇଁ ଲଜ୍ଜା ।

ହଁ ଦର୍ଶକବନ୍ଧୁ ଗାଡ଼ି ପାର୍କିଂକୁ ନେଇ ଗଲା ଦୁଇ ଜଣଙ୍କ ଜୀବନ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା କଲ୍ୟାଣୀ ପ୍ଲାଜା ହାଇଟେକ୍ ଆପାର୍ଟମେଣ୍ଟ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଦୁଇ ସାଙ୍ଗ ରଶ୍ମିରଞ୍ଜନ ସେଠୀ ଓରଫ ଜିତୁ ଏବଂ ତାଙ୍କ ସାଙ୍ଗ ସମ୍ବିତ ରାଉତ ଓରଫ ଜୁଲୁ । ଗାଡି ପାର୍କିଂକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ରଶ୍ମି ଓ ସମ୍ବିତ ସ୍ଥାନୀୟ ଅଂଚଳରେ ରହୁଥିଲେ । ଉଭୟଙ୍କ ଚିକେନ ଦୋକାନ ରହିଛି ।

ଗତକାଲି ରାତିରେ ଗଣେଷ ମଲ୍ଲିକ ଓ ତା ସହଯୋଗୀଙ୍କ ସହ ଦୁଇ ସାଙ୍ଗଙ୍କ ଗାଡି ପାର୍କିଂକୁ ନେଇ ବଚସା ହୋଇଥିଲା । ହେଲେ ବଚସାରେ ସରିନଥିଲା ସବୁ କିଛି । କାମ ସାରି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଗଣେଷ ଓ ତା ସହଯୋଗୀ ଦୁଇ ସାଙ୍ଗଙ୍କ ଉପରେ ଅତର୍କୀତ ଭାବେ ଆକ୍ରମଣ କରି ଜୀବନ ନେଇଯାଇଥିବା ଜଣାପଡିଛି । ଏପଟେ ଘଟଣା ଘଟାଇବା ପରେ ଗଣେଷ ଓ ସହଯୋଗୀ ପ୍ରଦୀପ ମଲ୍ଲିକ ଫେରାର ହୋଇଯାଇଛନ୍ତି ।

ତେବେ ଗଣ୍ଡଗୋଳ ସମୟରେ ଘଟଣାସ୍ଥଳରେ ହିଁ ରଶ୍ମି ରଂଜନ ସେଠୀଙ୍କ ମୃତ୍ୟୁ ହେଇଥିବା ବେଳେ ସାଙ୍ଗ ସମ୍ବିତ ରାଉତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଏପଟେ ଘଟଣାସ୍ଥଳରେ ପହଞ୍ଚି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଛାନଭିନ୍ କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି । ଘଟଣା ପରେ ପୋଲିସ୍ ଗଣେଷର ପତ୍ନୀ ଓ ଅନ୍ୟ ୪ ଜଣଙ୍କୁ ଅଟକ ରଖିଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ସ୍ପେଶାଲ ସ୍କ୍ୱାର୍ଡର ଚଢ଼ାଉ ଜାରି ରହି

Related Articles

Leave a Reply

Your email address will not be published. Required fields are marked *

Back to top button