ରାଜ୍ୟ

କଣ୍ଟାବାଞ୍ଜି କାଉନସିଲ ବୈଠକରେ ହଙ୍ଗାମା ; ବିଧାୟକ ଓ ଏନଏସି ଅଧ୍ୟକ୍ଷଙ୍କ ମଧ୍ୟରେ କଥା କଟାକଟି, ଲକ୍ଷ୍ମଣ ବାଗଙ୍କ ସିଟରେ ବରିୟମ୍ ସିଂ ସାଲୁଜା ବସିବାକୁ ନେଇ ବିବାଦ

ନକ ବ୍ୟୁରୋ: କାଉନସିଲ ବୈଠକରେ ଏନଏସି ଅଧ୍ୟକ୍ଷ-ବିଧାୟକ କଥା କଟାକଟି। ବୈଠକରେ ଅସମ୍ମାନ କରାଯାଉଥିବା ଅଭିଯୋଗ ଆଣି ଉଭୟ ନେତା କଥା କଟାକଟି ହୋଇଛନ୍ତି। ମଙ୍ଗଳବାର ବଲାଙ୍ଗୀର କଣ୍ଟାବାଞ୍ଜି କାଉନସିଲ ବୈଠକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଲକ୍ଷ୍ମଣ ବାଗଙ୍କ ସିଟରେ ବରିୟମ ସିଂ ସାଲୁଜା ବସିବାକୁ ନେଇ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିଲା।

 

‘ବିରୋଧୀମାନେ ଅସହିଷ୍ଣୁ ହୋଇ ମତେ ଏଭଳି ଅପମାନ କରିଛନ୍ତି। ଏଳଭି ହେଲେ ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଆସିବାକୁ ଥିବା ଯୋଜନା ଗୁଡ଼ିକ ବାଟମାରଣା ହେବା ସହିତ ଅଞ୍ଚଳର ବିକାଶ ହୋଇପାରିବ ନାହିଁ’ ବୋଲି ବିଧାୟକ କହିଛନ୍ତି। ହେଲେ ବିଧାୟକଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନଏସି ଅଧ୍ୟକ୍ଷ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button