ସ୍ୱାସ୍ଥ୍ୟ

ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌, ହାର୍ଟ ଷ୍ଟ୍ରୋକରୁ ଦୂରେଇ ରୁହନ୍ତୁ

ଖାଦ୍ୟପେୟରେ ଅନିୟମିତତାଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୨-୩ଥର ଡାଳିମ୍ବ ଜୁସ୍‌ ପିଇଲେ ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ। ଏହା କୋଲେଷ୍ଟ୍ରରଲସ୍ତରକୁ କମାଇଥାଏ। ଡାଳିମ୍ବ ରସ ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ହୁଏ। ଫଳରେ ହାର୍ଟ ଷ୍ଟ୍ରୋକ ହେବାର ଆଶଙ୍କା ମଧ୍ୟ କମ୍‌ ହୁଏ।

ଡାଳିମ୍ବ ଜୁସ୍‌ରେ ଭିଟାମିନ-ଏ, ସି, ଇ, ଫୋଲିକ ଏସିଡ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ। ରକ୍ତରେ ଆଇରନ କମ ଥିଲେ ନିୟମିତ ଡାଳିମ୍ବ ରସ ପିଇଲେ ସୁଫଳ ମିଳେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button