ରାଜ୍ୟ

।ହେଟା ବାଘ କରୁଛି ହଟହଟା, ଗାଁ ଲୋକେ ହେଲେ ଗୃହବନ୍ଦୀ

: ବୋରିଗୁମ୍ମା କୋଣାଗାଁରେ ପଶିଲା ହେଟା ବାଘ । ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ବାଘଟି ଗାଁର ଏପାଖରୁ ସେପାଖ ଘୁରି ବୁଲୁଥିବାରୁ ଡରରେ ଗୃହବନ୍ଦୀ ହୋଇଛନ୍ତି ସ୍ଥାନୀୟଲୋକେ ।

ସୂଚନା ଅନୁଯାୟୀ, ମଙ୍ଗଳବାର ବୋରିଗୁମ୍ମା କୋଣାଗାଁରେ ଏକ ହେଟା ବାଘ ପଶିଛି । ଏହି ହେଟା ବାଘ ଗାଁର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବୁଲୁଛି ଏବଂ ଲୋକଙ୍କୁ ଦେଖିଲେ ଗୋଡ଼ାଉଛି ।

ଫଳରେ ଆତଙ୍କିତ ହୋଇ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଗ୍ରାମବାସୀ । ବୁଧବାର ସକାଳୁ କିଛି ଯୁବକ ଶୌଚ ହେବାକୁ ଗାଁ ପୋଖରୀକୁ ଯାଇଥିଲେ । ଏହି ସମୟରେ ହଠାତ ହେଟା ବାଘ ଗର୍ଜନ କରି ସେମାନଙ୍କୁ ଗୋଡାଇଥିଲା । ସେମାନେ ପ୍ରାଣ ବିକଳରେ ଦୌଡ଼ି ଯାଇ ଗାଁ ଲୋକଙ୍କୁ ଖବର ଦେଇଥିଲେ ।

ଏହା ଶୁଣି ଗାଁ ଲୋକେ ବାଘକୁ ଘଉଡ଼ାଇବାକୁ ଶତ ଚେଷ୍ଟା କରିବା ସତ୍ତ୍ୱେ ବିଫଳ ହୋଇଥିଲେ । ଫଳରେ ବାଘଟି ଅଧିକ ଉଗ୍ର ହୋଇଥିଲା । ଏନେଇ ବୋରିଗୁମ୍ମା ବନ ବିଭାଗକୁ ଖବର ଦେଇଛନ୍ତି ଗାଁ ଲୋକେ । ବନ ବିଭାଗ ସହ ମିଶି ଗାଁ ଲୋକେ ହେଟାକୁ କାବୁ କରିବେ ବୋଲି ସୂଚନା ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button