ଖେଳ ଖବର
ଛାଡ଼ପତ୍ର ହେବାପରେ ପ୍ରଥମଥର ନତାଶାଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ ଶେଷରେ ଅଲଗା ହୋଇଯାଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି। ନତାଶା ପୁଅ ଅଗସ୍ତ୍ୟଙ୍କୁ ନେଇ ସର୍ବିଆ ପଳାଇଛନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ କ୍ରମାଗତ ଭାବେ ଅପଡେଟ ରହୁଛନ୍ତି | ସେ ସର୍ବିଆ ଯିବା ପରଠାରୁ ନତାଶା ସବୁ ବେଳେ ଇନଷ୍ଟାଗ୍ରାମ ପୁଅ ଅଗସ୍ତ୍ୟ ସହ ନିଜ ଭାବନା ସେୟାର କରୁଛନ୍ତି |
ତେବେ ସେ ପ୍ରତିଦିନ ସେଠାରୁ ଅପଡେଟ ଶେୟାର୍ କରୁଛନ୍ତି। ନତାଶା ପୁଅ ସହିତ ମଜା ଏବଂ ଶପିଂ କରୁଥିବା ଦେଖିବାକୁ ମିଳିଛି। ନତାଶାଙ୍କ ଏହି ପୋଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା କମେଣ୍ଟ ଦେଇଛନ୍ତି। ଏହି ପୋଷ୍ଟରେ ହାର୍ଦ୍ଦିକ ଦୁଇଟି କମେଣ୍ଟ ଦେଇଛନ୍ତି। ଗୋଟିଏରେ ସେ ଏକ ହାର୍ଟ ଇମୋଜି ଦେଇଥିଲେ ଏବଂ ଅନ୍ୟଟିରେ ସେ ହାର୍ଟ ଏବଂ ହ୍ୟାଣ୍ଡ୍ ଇମୋଜି ଦେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବର୍ତ୍ତମାନ ହାର୍ଦ୍ଦିକଙ୍କ ଏପରି କମେନ୍ଟ ଦଦେଖି ଲୋକେ ବହୁ କମେନ୍ଟ କରୁଛନ୍ତି | ଜଣେ ୟୁଜର୍ସ ଲେଖିଛନ୍ତି, ‘ଏବେ ବି ପ୍ରେମ ଅଛି |’