୭ ଦିନିଆ ରିମାଣ୍ଡରେ ମିହିର ଶାହା

ମୁମ୍ୱାଇ-ଓ୍ୱର୍ଲି ହିଟ୍ ଆଣ୍ଡ ରନ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ମିହିର ଶାହାଙ୍କୁ ଜୁଲାଇ ୧୬ ଯାଏ ପୁଲିସ ହେପାଜତକୁ ନେଇଛି। ରିମାଣ୍ଡରେ ନେଇଥିବା ପୁଲିସ ଯୁକ୍ତି ଦର୍ଶାଇଥିଲା ଯେ, ଦୁର୍ଘଟଣା ପରେ କେତେ ଜଣ ଅଭିଯୁକ୍ତକୁ ଲୁଚାଇ ରଖିବାରେ ସହଯୋଗ କରିଥିଲେ, ସେ ସବୁ କଥା ଓଗାଳିବ। ଅଭିଯୁକ୍ତର ଡ୍ରାଇଭିଂ ଲାଇସେନ୍ସ ଥିଲା କି ନାହିଁ। କାରର ନମ୍ୱର ପ୍ଲେଟ୍ କୁଆଡ଼େ ଗଲା। ଦୁର୍ଘଟଣା ପରେ କାରକୁ ନମ୍ୱର ପ୍ଲେଟ କାଢ଼ିନେଇ ଅଭିଯୁକ୍ତ କେଉଁଠି ରଖିଛି। ଏସବୁ କଥାକୁ ରିମାଣ୍ଡରେ ବାହାର କରିବ ବୋଲି ଦୃଢ଼ ଯୁକ୍ତି ଦର୍ଶାଇବା ପରେ ସିଉରି କୋର୍ଟ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ, ନ୍ୟାୟ ମିଳିବ। ମିହିର ଶାହାଙ୍କ କ୍ଷେତ୍ରରେ କଅଣ ଆକ୍ସନ ହେଉଛି, ତାକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ। ମିହିରଙ୍କ ଘରେ ବୁଲଡୋଜର ଚାଲିବ କି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ବିରୋଧୀ ସବୁବେଳେ ବ୍ଲେମ୍ ଗେମରେ ମାତିଛନ୍ତି। ଦୋଷୀ ନିସ୍ତାର ପାଇବେନି। ଆଇନ ଅନୁଯାୟୀ ଦଣ୍ଡ ମିଳିବ।