ରାତିରେ ଶୋଇବା ପୂର୍ବରୁ ଖାନ୍ତୁ 2 ଟି ଲବଙ୍ଗ, ମିଳିଥାଏ ଏହି 5ଟି ଚମତ୍କାରୀ ଲାଭ, ପୁରୁଷ ମାନେ ନିଶ୍ଚୟ ଦେଖନ୍ତୁ

ବର୍ତ୍ତମାନ ଯୁଗରେ ଆମର କିଛି ବି ରୋଗ ହେବା ସଙ୍ଗେ ସଙ୍ଗେ ଆମେ ଔଷଧ ର ସେବନ କରିଥାଉ । ଯାହାର ଫଳ ସ୍ୱରୂପ ଆମ ଶରୀରର କୁ ଏହି ରାସାୟନିକ ଔଷଧ ର ସେବନ ରେ ଧୀରେ ଧୀରେ ଅଭ୍ୟସ୍ତ ହୋଇ ଯାଇଥାଏ । ଏବଂ ଏହାର ଅନେକ ଖରାପ ପ୍ରଭାବ ଥିବାରୁ ଏହା ଆମ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ । ଆୟୁର୍ବେଦିକ ଚିକିତ୍ସା ରେ କୌଣସି ରସାୟନିକ ପଦାର୍ଥ ର ମିଶ୍ରଣ ହୋଇ ନଥାଏ । ଏହା ପ୍ରାକୃତିକ ଜିନିଷର ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଏ ।
ତେଣୁ ଆଜି ଆସନ୍ତୁ ସେହି ଭଳି କିଛି ଘରୋଇ ଉପଚାର ଜାଣିବା ଯାହା ଦ୍ୱାରା ଆପଣଙ୍କର ଅନେକ ରୋଗ ଭଲ ହୋଇପାରେ । ତେବେ ଏଥିପାଇଁ ଆପଣଙ୍କୁ ଅନେକ ସାମଗ୍ରୀ ର ଆବଶ୍ୟକତା ନାହିଁ । ଏଥିପାଇଁ କେବଳ ଗୋଟିଏ ସାମଗ୍ରୀ ଦରକାର । ଯାହା କି ଆପଣଙ୍କର ରୋଷେଇଘରେ ଅନେକ ସହଜ ରେ ମିଳିଯିବ।
ଏହାର ନାମ ହେଉଛି ଲବଙ୍ଗ, ଲବଙ୍ଗ ର ସେବନ ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ । ଯଦି ଆପଣ ଶୋଇବା ଆଗରୁ ରାତିରେ ଖାଦ୍ୟ ର ପରେ ହିଁ ଦୁଇଟି ଲବଙ୍ଗର ସେବନ କରିବା ଦ୍ୱାରା ଆପଣଙ୍କର ଅନେକ ରୋଗ ଭଲ ହୋଇଥାଏ । କାରଣ ଲବଙ୍ଗ ରେ ଆଣ୍ଟିଅକ୍ସୀଡାଣ୍ଟ, ଜୀବାଣୁ ରୋଧୀ, ଆଣ୍ଟିସେପ୍ଟିକ ଗୁଣ ରହିଛି ।
ଲବଙ୍ଗ ଆମ ଶରୀରକୁ ଗରମ ରଖିଥାଏ ତେଣୁ ଏହାର ସେବନ ଥଣ୍ଡା ଦିନରେ କରିବା ଉଚିତ। ଲବଙ୍ଗ ଦ୍ୱାରା ଆଉ କଣ କଣ ସବୁ ଲାଭ ପ୍ରାପ୍ତି ହେବ ତାହା ଆସନ୍ତୁ ଜାଣିବା । ଏହା ଦାନ୍ତ ବିନ୍ଧା କୁ ଦୂର କରିଥାଏ। ଯେଉଁମାନଙ୍କର ପାଟିରୁ ଖରାପ ବାସ୍ନା ବାହରୁଥିବ ତେବେ ସେମାନଙ୍କ ପାଇଁ ଲବଙ୍ଗ ରାମବାଣ ଭଳି କାର୍ଯ୍ୟ କରିଥାଏ ।
ଏହା ଆପଣଙ୍କ ପାଚନ ପ୍ରକ୍ରିୟା ପାଇଁ ମଧ୍ୟ ଅନେକ ସାହାର୍ଯ୍ୟ କରିଥାଏ । ଲବଙ୍ଗର ସେବନ ରାତିରେ ଶୋଇବା ଆଗରୁ କରିବା ଦ୍ୱାରା ଚିନ୍ତା, ଉଦାସୀନତା, ନିଦ ନ ହେବା ଆଦି ସମସ୍ୟା ଠାରୁ ମୁକ୍ତି ଦେଇଥାଏ । ଏହା ଆପଣଙ୍କର ପାଚକ ପାଇଁ ଅନେକ ଭଲ ହୋଇଥିବାରୁ ବାନ୍ତି ଭଳି ସମସ୍ୟା ଦୂର ହୋଇଥାଏ ।
ଯଦି ଆପଣ ଲବଙ୍ଗକୁ ଚାହାରେ ପକାଇ ଏହାର ସେବନ କରିବେ ତେବେ ଯେଉଁମାନଙ୍କର ଗଳା ଦରଜ ଭଳି ସମସ୍ୟା ଥିବ ଭଲ ହୋଇଯିବ। ପେଟରେ ଯଦି ଯନ୍ତ୍ରଣା ଅନୁଭବ ହୋଇଥାଏ ତେବେ ଆପଣ ଦୁଇଟି ଲବଙ୍ଗକୁ ଉଷୁମ ପାଣିରେ ପିଇଦେବେ। ନଚେତ ଗୋଟିଏ ଲବଙ୍ଗକୁ ଖାଲିରେ ଖାଇନେବେ ଏପରି କରିବା ଦ୍ୱାରା ପେଟ ଯନ୍ତ୍ରଣା ରୁ ସଙ୍ଗେ ସଙ୍ଗେ ମୁକ୍ତି ମିଳିଥାଏ ।
ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ହେଉଥିବ ତେବେ ଗୋଟିଏ ଲବଙ୍ଗକୁ ଔଷଧ ଭଳି ଉଷୁମ ପାଣିର ସାହାର୍ଯ୍ୟ ରେ ସେବନ କରିଦେବେ। କିଛି ସମୟ ମଧ୍ୟରେ ସୁସ୍ଥ ଅନୁଭବ କରିବେ । ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଆପଣ ଗୋଟିଏ ଲବଙ୍ଗକୁ ମହୁ ସହିତ ସେବନ କରିବା ଭଲ ହେବ ଏହି ଭଳି ପ୍ରତେକ ଦିନ ସେବନ କରିବା ଦ୍ୱାରା ଅଳ୍ପ ଦିନରେ ଥଣ୍ଡା ସମ୍ପୂର୍ଣ୍ଣ ଭାବେ ଭଲ ହୋଇଥାଏ । ତେବେ ଲବଙ୍ଗର ଯଦି ଆପଣ ସେବନ କରିବେ ତେବେ ଆପଣଙ୍କର ଶରୀରର ଅନେକ ରୋଗ ଭଲ ହୋଇପାରିବ ।