୪ଦିନରେ କଳକୀ-୨୮୯୮ ଏଡି ଫିଲ୍ମ ଆୟ କଲା ୫୦୦କୋଟି ! – Kalinga News

[ad_1]
ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ପ୍ରଭାସ ଅଭିନିତ ଆକ୍ସନ ଫିଲ୍ମ କଳକୀ-୨୮୯୮ ଏଡି ଗୁରୁବାର ରିଲିଜ୍ ହୋଇଥିଲା। ଫିଲ୍ମର ଟ୍ରେଲର ଆସିବା ପରେ ସାରା ଦେଶରେ ରିଲିଜ୍କୁ ଅପେକ୍ଷା କରିଥିଲେ ଦର୍ଶକ। ଆଉ ଫିଲ୍ମ ରିଲିଜ୍ ହେବା ପରେ ସିନେମା ହଲ୍ରେ ସିନେମା ଦେଖିବା ପାଇଁ ଲମ୍ବା ଧାଡ଼ି ଲାଗିଥିଲା। ଦେଶର ବିଭିନ୍ନ ସହରରେ କଳକୀର କ୍ରେଜ୍ ଜବରଦସ୍ତ ରହିଛି, ଯାହାର ପ୍ରଭାବ ଫିଲ୍ମର ଆୟ ଉପରେ ମଧ୍ୟ ପଡ଼ିଛି। ପ୍ରଥମ ଦିନରେ ଫିଲ୍ମଟି ଅନେକ ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇ ଦେଇଥିଲା। ଏମିତି କି ପ୍ରଭାସ ନିଜର ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଏବେ ରିଲିଜର ୪ଦିନ ମଧ୍ୟରେ ଫିଲ୍ମର ଆୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ମୋଟ ୫୦୦କୋଟି ଟଙ୍କା ଆୟ କଲାଣି। ବିଶ୍ବ ସ୍ତରର ବକ୍ସ ଅଫିସ ଆୟକୁ ମିଶାଇ ଫିଲ୍ମଟି ୫୦୦କୋଟି ଆୟ କରିସାରିଥିବା କୁହାଯାଉଛି। ଫିଲ୍ମର ବଜେଟ ୬୦୦କୋଟି ଥିବା ବେଳେ ମାତ୍ର ୪ଦିନରେ ଫିଲ୍ମଟି ଏତେ କୋଟି ଆୟ କରିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେବଳ ଭାରତରେ ଫିଲ୍ମଟି ୩୦୨କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ତେଲୁଗୁ ଭାଷାରେ ଫିଲ୍ମଟି ୧୬୨.୧ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ତାମିଲ ଭାଷାରେ ୧୮.୩ କୋଟି, ହିନ୍ଦୀରେ ୧୧୦.୫ କୋଟି, ମାଲାୟାଲମ୍ ଭାଷାରେ ୯.୭କୋଟି ଏବଂ କନ୍ନଡ ଭାଷାରେ ୧.୮କୋଟି ସଂଗ୍ରହ କରିଛି।
[ad_2]




