ମନୋରଞ୍ଜନ

କ୍ୟାଟ୍ରିନା ମା’ ହେବାକୁ ଯାଉଥିବା ନେଇ ଭିକ୍କିଙ୍କ ପ୍ରତିକ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ମା’ ହେବାକୁ ଯାଉଥିବା ନେଇ ଖବର ଚର୍ଚ୍ଚାରେ ରହିଛି। ୨୦୨୧ରେ ଅଭିନେତା ଭିକ୍କିଙ୍କୁ ବିବାହ କରିଥିବା କଟ୍ରିନା ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଥିବା କଳ୍ପନାଜଳ୍ପନା ମଧ୍ୟରେ ଭିକ୍କି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି।

ଗତଶୁକ୍ରବାର ଭିକ୍କି ତାଙ୍କର ଆଗାମୀ ଚଳଚ୍ଚିତ୍ର “ବ୍ୟାଡ ନ୍ୟୁଜ” ର ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଏହି ସମୟରେ କଟ୍ରିନା ମା’ ହେବାକୁ ଯାଉଥିବା ଗୁଜବ ବିଷୟରେ ଭିକ୍କିଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା।

ଏହାର ଉତ୍ତରରେ ଅଭିନେତା ଗଣମାଧ୍ୟମକୁ କହିଥିଲେ, “ଯେତେବେଳେ ଭଲ ଖବର ଆସିବ, ବିନା ବାଧାରେ ମୁଁ ନିଶ୍ଚିତ ଭାବେ ଆପଣଙ୍କୁ କହିବି। ଏହାକୁ କଦାପି ଲୁଚାଇବି ନାହିଁ। କାରଣ ଆପଣମାନେ ବି ଆମ ପରିବାରର ଜଣେଜଣେ ସଦସ୍ୟ।”

ଭିକ୍କିଙ୍କ ଅ‌ାଗାମୀ ଚଳଚ୍ଚିତ୍ର “ବ୍ୟାଡ ନ୍ୟୁଜ’’ ସତ୍ୟ  ଘଟଣା ଉପରେ ଆଧାରିତ। ଏହାକୁ ଆନନ୍ଦ ତିୱାରୀ ‌ନିର୍ଦ୍ଦେଶନା ଦେଇଛନ୍ତି।  ଏହାର ନିର୍ମାଣ ଆମାଜନ ପ୍ରାଇମ ପକ୍ଷରୁ ଧର୍ମା ପ୍ରଡକସନ ଓ ଲିୟୋ ମିଡିଆ କଲେକ୍ଟିଭ ସହଯୋଗରେ କରାଯାଇଛି।

ଭିକ୍କିଙ୍କ ଅଭିନୀତ ‘ଶ୍ୟାମ ବାହାଦୁର’ ସିନେମା ଗତ ଡିସେମ୍ବର ୧ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଥିଲା। ଏହି ସିନେମା ଦେଖିଥିବା ପ୍ରତ୍ୟେକ ଦର୍ଶକ ଭିକ୍କିଙ୍କ ଅଭିନୟ ଦେଖି ବେଶ ଖୁସି ହୋଇଯାଇଥି‌ଲେ। ତାଙ୍କ କାମକୁ ଭୁରିଭୁରି ପ୍ରଶଂସା ବି କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button