ଖେଳ ଖବର

ହାଇଦ୍ରାବାଦରେ ନିର୍ମାଣାଧୀନ ତିନି ମହଲା କୋଠାରୁ ପଡ଼ି ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ – Kalinga News

[ad_1]

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଣୁଆଗୁଡ଼ା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦର ଏକ ନିର୍ମାଣାଧୀନ ତିନି ମହଲା କୋଠାରୁ ପଡ଼ି ମୃତ୍ୟୁ ଘଟିଛି। ମୃତ ଶ୍ରମିକ ବାଣୁଆଗୁଡା ଗ୍ରାମର ଊର୍ଦ୍ଧ୍ବ ମାଝୀ ( ୨୬) ବୋଲି ଜଣା ପଡ଼ିଛି। ଆଜି ଦିନ ୧୧ଟା ସମୟରେ ହାଇଦ୍ରାବାଦରୁ ଏକ ଆମ୍ବୁଲାନ୍ସ ଯୋଗେ ଉଦ୍ଧବ ମାଝୀଙ୍କ ମୃତଦେହ ପହଞ୍ଚିଛି।

ସୂଚନା ଅନୁଯାୟୀ ଡାବୁଗାଁ ବ୍ଲକ ଚାଚରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବାଣୁଆ ଗୁଡା ଗ୍ରାମର ଉଦ୍ଧବ ମାଝୀ (୨୬) ଦୁଇମାସ ତଳେ ଗାଁର ତିନି ସାଥୀଙ୍କ ସହ ମିଶି ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ଠିକା ସଂସ୍ଥା ଦ୍ୱାରା ନୂତନ କୋଠା ନିର୍ମାଣ କାର୍ଯ୍ୟ ପାଇଁ ଯାଇଥିଲେ। ଗତ ୧୫ ତାରିଖ ରାତ୍ର ପ୍ରାୟ ୯ ଘଣ୍ଟ ସମୟରେ ଅସାବଧାନତା ଯୋଗୁଁ ତିନି ମହଲା କୋଠା ଉପରୁ ତଳେ ପଡି ଯାଇଥିଲେ ଏବଂ ସେହି ସ୍ଥାନରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ହାଇଦ୍ରାବାଦ ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ କରିବା ସହ ମଙ୍ଗଳବାର ଶବ ବ୍ୟବଛେଦ ପରେ ହସ୍ତାନ୍ତର କରିଥିଲେ। ଉକ୍ତ ଠିକା ସଂସ୍ଥା ଦ୍ୱାରା ଏକ ଆମ୍ବୁଲାନ୍ସ ଯୋଗେ ଆଜି ଦିନ ୧୧ଟାରେ ବାଣୁଆଗୁଡ଼ା ଗ୍ରାମରେ ଶବ ପହଞ୍ଚି ଥିଲା।

ସୂଚନାଯୋଗ୍ୟ, ଡାବୁଗାଁ ବ୍ଲକରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଦାଦନ ମୃତ୍ୟୁବରଣ କରିବା ପ୍ରଥମ ଘଟଣା ନୁହେଁ। ଗାଁରେ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଏ ଅଞ୍ଚଳର ଗରିବ ଲୋକ ଏବେ ମଧ୍ୟ ଦାଦନ ଖଟିବାକୁ ଯାଉଥିବା ଦେଖା ଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button