ଅଭିନନ୍ଦନ: ୯ ଦିନ ମଧ୍ୟରେ ୫ ସେତୁ ଭୁଶୁଡ଼ିବା ନେଇ ନୀତୀଶଙ୍କୁ ଟାଗେର୍ଟ କଲେ ତେଜସ୍ୱୀ – Kalinga News

[ad_1]
ପାଟନା: ଗତ ୯ ଦିନରେ ବିହାରରେ ନିର୍ମାଣାଧୀନ ୫ଟି ସେତୁ ଭୁଶୁଡ଼ିବା ପରେ ବିହାରରେ ରାଜନୀତି ସରଗରମ ହୋଇଛି। ଶୁକ୍ରବାର ବିହାରର ମଧୁବାଣୀ ଅଞ୍ଚଳରେ ଏକ ନିର୍ମାଣାଧୀନ ସେତୁ ଭୁଶୁଡି ପଡିଥିଲା। ଏହା ରାଜ୍ୟରେ ସେତୁ ଭୁଶୁଡ଼ିବାର ୫ତମ ଘଟଣା।

Sambad is now on WhatsApp
Join and get latest news updates delivered to you via WhatsApp
ସେତୁ ଭୁଶୁଡ଼ିବା ଘଟଣା ମଧୁବାଣୀ ଜିଲ୍ଲାର ଭେଜା ପୁଲିସ୍ ଷ୍ଟେସନର ମାଧପୁର ବ୍ଲକରେ ଘଟିଛି। ଯେଉଁଠାରେ ନିର୍ମାଣାଧୀନ ୭୫ ମିଟର ଲମ୍ବର ସେତୁ ଭୁଶୁଡି ପଡିଛି। ଗତ ୯ଦିନ ମଧ୍ୟରେ ରାଜ୍ୟରେ ଲଗାତାର ୫ଟି ବ୍ରିଜ ଭୁଶୁଡ଼ିବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରଙ୍କୁ ଟାର୍ଗେଟ କରି କଡ଼ା ସମାଲୋଚନା କରିଛନ୍ତି।
ବିହାରରେ ଲଗାତାର ସେତୁ ଭୁଶୁଡ଼ିବା ଘଟଣାରେ କଡ଼ା କଟାକ୍ଷ କରି ତେଜସ୍ବୀ ଯାଦବ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ଅଭିନନ୍ଦନ! ବିହାରରେ, କେବଳ ଡବଲ୍ ଇଞ୍ଜିନ୍ ସରକାରଙ୍କ ଡବଲ୍ ଶକ୍ତି ଯୋଗୁ କେବଳ ୫ ଦିନରେ ୯ଟି ସେତୁ ଭୁଶୁଡି ପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲକ୍ଷ୍ୟ କରି ତେଜସ୍ୱୀ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ବିହାରର ଲୋକଙ୍କୁ ୯ ଦିନରେ ୫ ସେତୁ ଭୁଶୁଡ଼ିବାର ଶୁଭେଚ୍ଛା ଜଣାଇଛନ୍ତି। ତେଜସ୍ୱୀ ଯାଦବ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରି କହିଛନ୍ତି ଶାସକ ଦଳର ନେତା ଇସ୍ତଫା ଦିଅନ୍ତୁ।
बधाई हो! बिहार में डबल इंजन सरकार की डबल ताकत से महज 𝟗 दिन में केवल और केवल मात्र 𝟓 पुल ही गिरे है।
प्रधानमंत्री नरेंद्र मोदी की रहनुमाई और मुख्यमंत्री नीतीश कुमार की अगुवाई में 𝟔 दलों वाली डबल इंजनधारी 𝐍𝐃𝐀 सरकार ने बिहारवासियों को 𝟗 दिन में 𝟓 पुल गिरने पर मंगलराज की… pic.twitter.com/Jj8cVPwKlY
— Tejashwi Yadav (@yadavtejashwi) June 29, 2024
ସୂଚନାଯୋଗ୍ୟ, ଗୁରୁବାର ଦିନ କିଶାନଗଞ୍ଜ ଜିଲ୍ଲାରେ ଏକ ସେତୁ ଭୁଶୁଡି ପଡିଥିଲା। ଏହି ସେତୁ ୨୦୧୧ ମସିହାରେ ନିର୍ମିତ ହୋଇଥିଲା। ମଙ୍ଗଳବାର ବିହାରର ଆରାରିଆ ଜିଲ୍ଲାର ସିକିଟିରେ ଥିବା ୧୮୨ ମିଟର ଲମ୍ବର ସେତୁର ଏକ ବଡ଼ ଅଂଶ ଭୁଶୁଡି ପଡିଥିଲା। ବିହାରର ସିୱାନ ଜିଲ୍ଲାରେ ୩୦ ବର୍ଷ ପୁରୁଣା ସେତୁ ଭୁଶୁଡି ପଡିଛି। ନିର୍ମାଣାଧୀନ ଏକ ଛୋଟ ସେତୁ ପୂର୍ବ ଚମ୍ପାରଣ ଜିଲ୍ଲାର ମୋତିହାରୀ ଗୋରସାହାନ୍ ବ୍ଲକରେ ଭୁଶୁଡି ପଡିଛି।
[ad_2]