ମନୋରଞ୍ଜନ

ବିବାହର ୬ଦିନ ପରେ ଗର୍ଭବତୀ ହେଲେ ସୋନାକ୍ଷୀ ! – Kalinga News

[ad_1]

ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇସାରିଛନ୍ତି। ସେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ଜୁନ୍ ୨୩ରେ ବିବାହ କରିଥିଲେ। ଦିନରେ ସୋନାକ୍ଷୀ କୋର୍ଟ ମ୍ୟାରେଜ୍ କରିଥିଲେ, ଯେଉଁଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ ରାତିରେ ନିଜର ବଲିଉଡ ସାଙ୍ଗମାନଙ୍କ ପାଇଁ ସେ ବଡ଼ ବିବାହ ଭୋଜିର ଆୟୋଜନ କରିଥିଲେ। ଦିନରେ ଧଳା ରଙ୍ଗର ଶାଢ଼ି ପିନ୍ଧିଥିବା ସୋନାକ୍ଷୀ ରାତିରେ ଲାଲ ରଙ୍ଗର ଶାଢ଼ି ପିନ୍ଧିଥିଲେ। ମଥାରେ ସିନ୍ଦୂର ଲଗାଇବା ସହ ଲାଲ ଶାଢ଼ିରେ ସେ ଖୁବ ସୁନ୍ଦର ଦିଶୁଥିଲେ।

ବିବାହକୁ ଏବେ ୬ଦିନ ବିତିସାରିଥିବା ବେଳେ ସୋନାକ୍ଷୀ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟ ଜହିର ଓ ସୋନାକ୍ଷୀ ଡାକ୍ତରଖାନା ଯାଇଥିବାରୁ ଅଭିନେତ୍ରୀ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ କୋକିଲାବେନ ହସ୍ପିଟାଲରୁ ବାହାରକୁ ଆସୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି।

ଭିଡିଓ ଭାଇରାଲ ହେବା ପରେ ଲୋକେ ସୋନାକ୍ଷୀ ଗର୍ଭବତୀ ଥିବା କଥା କହିବା ଆରମ୍ଭ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଦମ୍ପତି ଏହି ଖବରକୁ ନେଇ କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button