ମନୋରଞ୍ଜନ

ଜାଣନ୍ତି କି? ଥରଟିଏ ସ୍ବରୂପ-ସଂଗ୍ରାମ ଯୋଡ଼ି – Kalinga News

[ad_1]

ପ୍ରାୟ ତିନି ଦଶନ୍ଧି ଧରି ଓଡ଼ିଆ ସିନେଜଗତରେ ସଙ୍ଗୀତକାର ଭାବେ ସକ୍ରିୟ ରହି ସ୍ବରୂପ ନାୟକ ଈର୍ଷଣୀୟ ସଫଳତା ହାସଲ କରିଥିଲେ। ସେ ୧୯୮୬ରେ ପରଦାକୁ ଆସିଥିବା ଦୁର୍ଗା ନନ୍ଦ ପ୍ରଯୋଜିତ ଓଡ଼ିଆ ସିନେମା ‘ହୀରାନୀଳା’ରୁ ସଙ୍ଗୀତ ନିର୍ଦ୍ଦେଶକ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ତାଙ୍କ ସଙ୍ଗୀତ ନିର୍ଦ୍ଦେଶିତ କେତେକ ଉଲ୍ଲେଖନୀୟ ଛବି ମଧ୍ୟରେ ରହିଛି ‘ଲାଲପାନ ବିବି’, ‘ବଗଲାବଗୁଲୀ’, ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’, ‘ଯଶୋଦା’, ‘କୃଷ୍ଣାକାବେରୀ’, ‘କି ହେବ ଶୁଆ ପୋଷିଲେ’, ‘ସୁଭଦ୍ରା’, ‘ସକଳ ତୀର୍ଥ ତୋ’ ଚରଣେ’, ‘ଉଦଣ୍ଡୀ ସୀତା’, ‘ପଞ୍ଜୁରି ଭିତରେ ଶାରୀ’, ‘ମୋ କୋଳ ତୋ ଝୁଲଣା’, ‘ଏ ଯୁଗର କୃଷ୍ଣସୁଦାମା’, ‘ଆଇ ଲଭ ୟୁ’, ‘ବର୍ଷା ମାଇଁ ଡାର୍ଲିଂ’, ‘ଅର୍ଜୁନ’, ‘ପ୍ରେମୀ ନମ୍ବର ୱାନ୍’, ‘ଶାଶୂଘର ଚାଲିଯିବି’, ‘ପ୍ରେମ ଋତୁ ଆସିଲାରେ’, ‘ପ୍ରଥମ ପ୍ରେମ’, ‘ମୁଁ ତତେ ଲଭ୍ କରୁଚି’, ‘ରୋମିଓ ଦ ଲଭରବୟ’ ଓ ‘ଅପ୍‌ନା ହାତ୍ ଜଗନ୍ନାଥ’।

ଏଣେ ଓଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ସଂଗ୍ରାମ ବିଶ୍ବାଳଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ହେଲା ‘ରଖିଲେ ଶିବ ମାରିବ କିଏ’। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଚିରସବୁଜ ଅକ୍ଷୟ ମହାନ୍ତି। ସଂଗ୍ରାମ ବିଶ୍ବାଳଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ଓଡ଼ିଆ ସିନେମା ହେଲା ‘ସକଳ ତୀର୍ଥ ତୋ ଚରଣେ’। ବିଶ୍ବନାଥ ପ୍ରଧାନଙ୍କ ପ୍ରଯୋଜିତ ଏହି ସିନେମାର ସଙ୍ଗୀତକାର ହେଲେ ସ୍ବରୂପ ନାୟକ। ଏହି ଗୋଟିଏ ସିନେମାରେ ଏକାଠି କାମ କରିଥିଲେ ସ୍ବରୂପ ଓ ସଂଗ୍ରାମ। ଏହାପରେ ଅନ୍ୟ କୌଣସି ଛବିରେ ଦୁହେଁ ଏକାଠି କାମ କରିବାର ସୁଯୋଗ ପାଇନଥିଲେ।

ଏହାପରେ ସଂଗ୍ରାମ ବିଶ୍ବାଳଙ୍କ ନିର୍ଦ୍ଦେଶିତ ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’ରେ ଅରୁଣ ମହାନ୍ତି, ‘ଧର୍ମନିକିତି’, ‘ମହାସଂଗ୍ରାମ’ ଓ ‘ତୋ ଆଖି ମୋ ଆଇନା’ରେ ଦୀପକ କୁମାର, ‘ରାମ ଲକ୍ଷ୍ମଣ’ରେ ସରୋଜ ନନ୍ଦ, ‘ଆଇ ଲଭ୍ ମାଇଁ ଇଣ୍ଡିଆ’ରେ ପ୍ରେମ ଆନନ୍ଦ ଏବଂ ‘ଲାଲ ଟୁକ୍ ଟୁକ୍ ସାଧବ ବୋହୂ’ରେ ସୁବାସ ରାମ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button