ମନୋରଞ୍ଜନ

ଅନୁପମଙ୍କ ବିଗ୍‌ ବଜେଟ୍‌ ‘କର୍ମ’ରେ ଅନୁଭବ: ଶୁଭମହୁରତ ଓ ସ୍କ୍ରିପ୍ଟ ପୂଜା ଉତ୍ସବ ଅନୁଷ୍ଠିତ – Kalinga News

[ad_1]

ଭୁବନେଶ୍ବର: ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଫିଲ୍ମ ‘କର୍ମ’ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା ଜ୍ୟୋତି ମୋଟର୍ସ ପାଖ ସଙ୍କଟମୋଚନ ବୀର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ନେଇ ଏହି ବିଗ୍‌ ବଜେଟ୍‌ର ସିନେମା ଆସନ୍ତା ଦୁର୍ଗାପୂଜାରେ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେବା ପାଇଁ ଅନୁପମ ପଟ୍ଟନାୟକ ଯୋଜନା କରିଛନ୍ତି। ପୂର୍ବରୁ ଅନୁପମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’ ଜାତୀୟ ପୁରସ୍କାର ଲାଭକରି ଓଡ଼ିଆ ସିନେଜଗତ ପାଇଁ ଖୁସି ଆଣିଦେଇଥିଲା। ତା’ପରେ ତାଙ୍କ ନିର୍ଦ୍ଦେଶିତ ‘ତ୍ରିକନ୍ୟା’ ମଧ୍ୟ ବିଶେଷ ସଫଳତା ପାଇଥିଲା। ତେଣୁ ଅନୁଭବଙ୍କ ଭଳି ବଡ଼ ତାରକା ଓ ବଡ଼ ବଜେଟ୍‌କୁ ନେଇ ସେ ତିଆରି କରୁଥିବା ‘କର୍ମ’ ସ୍ବାଭାବିକ ଭାବେ ଚର୍ଚ୍ଚାରେ ରହିଛି।

ଆଜି ‘କର୍ମ’ର ଶୁଭମହୁରତ ଓ ସ୍କ୍ରିପ୍ଟ ପୂଜା ଉତ୍ସବରେ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, କାର୍ଯ୍ୟକାରିଣୀ ପ୍ରଯୋଜିକା ବର୍ଷା ପଟ୍ଟନାୟକ, ଲେଖକ ମାନସ ପଢ଼ିଆରୀ, କ୍ୟାମେରାମ୍ୟାନ ଦୀପକ କୁମାର, ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ, ସାଉଣ୍ଡ ଡିଜାଇନର ଶକ୍ତି ସ୍ୱରୂପ ଦ୍ବିବେଦୀ, ସମ୍ପାଦକ ରଶ୍ମି ରଞ୍ଜନ ଦାଶ, ଲାଇନ ପ୍ରଡ୍ୟୁସର ଗୋପାଳ ଚନ୍ଦ୍ର ଘଡ଼ାଇ, କ୍ରି୍ଏଟିଭ ହେଡ୍‌ ପ୍ରଣୟ ଜେଠୀଙ୍କ ସମେତ ମୁଖ୍ୟ ଚରିତ୍ରଗୁଡିକରେ ଅଭିନୟ କରୁଥିବା ଅଭିନେତା ଅନୁଭବ, ସନୋଜ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଠିଆ, ମନ୍ମୟ ଦେ, ଉଦିତ ଗୁରୁ, ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ଦିବ୍ୟା ଉପସ୍ଥିତ ଥିଲେ। ଅନୁପମଙ୍କ ‘ପ୍ରତୀକ୍ଷା’ ଓ ‘ତ୍ରିକନ୍ୟା’ଠୁ ଓଡ଼ିଆ ଦର୍ଶକମାନେ ‘କର୍ମ’କୁ ଅଧିକ ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button