ଅପରାଧ

ରାଜଧାନୀରେ ମାତିଲେ ମାଟି ମାଫିଆ: ୧୧ଟି ଗାଡିକୁ ସିଜ୍ କଲା ପୁଲିସ୍ – Kalinga News

[ad_1]

ଭୁବନେଶ୍ବର: ରାଜଧାନୀରେ ମାଟି ମାଫିଆ ମାତିଛନ୍ତି। ମଳିପଡ଼ା ପଞ୍ଚାୟତର ଗୋଠପାଟଣା ଜଙ୍ଗଲ ଜମିରୁ ବେଆଇନ ଭାବେ ମାଟି ଉଠା ଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ବୁଧବାର ରାତିରେ ବେଆଇନ୍ ଭାବେ ମାଟି ଉଠାଉଥିବା ବେଳେ ୧୧ଟି ଗାଡିକୁ ଗ୍ରାମବାସୀ ଅଟକାଇ ରଖିଥିଲେ । ଅଟକ ୧୧ଟି ଗାଡିକୁ ପୁଲିସ୍ ସିଜ୍ କରି ଖଣି ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରିଛି ।

ଏହି ଗାଡି ମଧ୍ୟରୁ ୧୦ଟି ଓଡ଼ିଶାର ଗାଡ଼ି ଥିବା ବେଳେ ଗୋଟିଏ ପଶ୍ଚିମବଙ୍ଗର । ସବୁ ଗାଡ଼ିର ଡ୍ରାଇଭରମାନେ ଫେରାର ହୋଇଯାଇଛନ୍ତି । ବର୍ଷସାରା ଏହି ସ୍ଥାନରୁ ସବୁବେଳେ ଖଡ଼ି ପଥର, ମାଟି ଏବଂ ମୋରମ ଚୋରି ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୧୧ଟି ଟ୍ରକ ଓ ହାଇୱାକୁ ଗ୍ରାମବାସୀ ଅଟକ ରଖିବା ପରେ ପୁଲିସ୍ ଏବଂ ଖୋର୍ଦ୍ଧା ଜିଲ୍ଲା ଖଣି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button