ସ୍ୱାସ୍ଥ୍ୟ

ପିଲା ବୁଢା ସମସ୍ତଙ୍କର ଥଣ୍ଡା, କାଶ, ଛିଙ୍କ, କଫ ଗୋଟେ ଦିନରେ ହେଇଯିବ ଠିକ, ବାସ କରିବାକୁ ହେବ ଏହି ସହଜ କାମ

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ବନ୍ଧୁଗଣ ବାରମ୍ବାର ଔଷଧ ର ସେବନ ପରେ ମଧ୍ୟ ଯଦି ଆପଣଙ୍କୁ ଏହି ସମସ୍ୟା ରୁ ମୁକ୍ତି ମିଳୁନାହିଁ ତେବେ ଆପଣ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ସାଧାରଣତଃ ଜଳବାୟୁ ପରିବର୍ତ୍ତନ କାରଣରୁ ଶୀତ ଦିନରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ ଏବଂ ଶୀତ ଦିନେ ପ୍ରାୟତଃ ବ୍ୟକ୍ତି ଏହି ରୋଗ ର ସଂସ୍ପର୍ଶରେ ଆସିଥାନ୍ତି ଏବଂ ଏହାଦ୍ବାରା ଗଳାରେ ଯନ୍ତ୍ରଣା ଓ ନାକ ବନ୍ଦ ହେବା ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ । ଏହି ଘରୋଇ ଉପଚାର ନିମନ୍ତେ ଆପଣ ପ୍ରଥମେ ଗ୍ୟାସ ରେ ଏକ ପାତ୍ର ଚଢ଼ାଇ ଏକ ଗ୍ଲାସ ପାଣି ପକାନ୍ତୁ । ସେହି ପାଣି କୁ ଭଲ ଭାବରେ ଫୁଟାନ୍ତୁ । ଏହାପରେ ସେଥିରେ ଏକ ଇଞ୍ଚ ଲମ୍ବ ର ଅଦା ଆବଶ୍ୟକ । ଆପଣ ଅଦା କୁ ଭଲ ଭାବରେ ଛେଚି ପାଣି ରେ ପକାନ୍ତୁ । ଅଦା ଖାଇବା ଦ୍ବାରା ଥଣ୍ଡା, କାଶ ଭଳି ସମସ୍ୟା ତୁରନ୍ତ ଦୂର ହୋଇଥାଏ ।

ତେବେ ଏହାକୁ ବହୁତ ପୁରାତନ କାଳ ରୁ ଲୋକମାନେ ବ୍ୟବହାର କରି ଆସୁଛନ୍ତି । ଏହାପରେ ଆପଣ ଏକ ପାନ ପତ୍ର କୁ ଛିଣ୍ଡାଇ ଏଥିରେ ପକାନ୍ତୁ । ପାନ ପତ୍ର ଆମ ଶରୀରର ବାତ, ପିତ ଓ କଫ କୁ ଦୂର କରିଥାଏ । ଏହାପରେ ଆପଣ ୭ ରୁ ୮ ଟି ଗୋଲମରିଚ ନିଅନ୍ତୁ ଏବଂ ତାକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ । ଏହାପରେ ଗୋଲମରିଚ ଗୁଣ୍ଡ କୁ ପକାନ୍ତୁ । ଗୋଲମରିଚ ମଧ୍ୟ ଥଣ୍ଡା, କାଶ ଓ କଫ ଭଳି ସମସ୍ୟା ଦୂର କରିଥାଏ । ଏହାପରେ ଆପଣ ୪ ୫ ଟି ତୁଳସୀ ପତ୍ର କୁ ଛିଣ୍ଡାଇ ପକାନ୍ତୁ ।

ତେବେ ତୁଳସୀ ପତ୍ର ର ଉପକାରୀତା କହିଲେ ମଧ୍ୟ ସରିବ ନାହଁ । କିନ୍ତୁ ଥଣ୍ଡା ଓ କାଶ ମାମଲାରେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାପରେ ଆପଣ ଏହି ମିଶ୍ରଣ କୁ ମିଠା କରିବା ପାଇଁ ଶେଷରେ ଅଳ୍ପ ଗୁଡ଼ କୁ ପକାନ୍ତୁ । ଗୁଡ଼ ଆମ ପାଚନ କ୍ରିୟା କୁ ମଜବୁତ କରିଥାଏ ଏବଂ ଆମ ଶରୀରର ଇମ୍ୟୁନିଟି ପାୱାର କୁ ମଧ୍ୟ ବଢାଇଥାଏ । ବର୍ତ୍ତମାନ ଆପଣ ଏହାକୁ ଭଲ ଭାବରେ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏକ ଗ୍ଲାସ ପାଣି ଅଧ ଗ୍ଲାସ ନ ହୋଇଛି । ଏହି ମିଶ୍ରଣ ଭଲ ଭାବରେ ଫୁଟିଲା ପରେ ଆପଣ ଏକ କପ୍ ରେ ଭଲ ଭାବରେ ଛାଣି ରଖନ୍ତୁ ।

ତେବେ ବର୍ତ୍ତମାନ ଆପଣଙ୍କ ଏହି ଉପଚାର ଟି ସମ୍ପୁର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହାକୁ ଛାଣି ସାରିବା ପରେ ଏଥିରେ ଅଳ୍ପ ମହୁ ମିଶାଇ ଦିଅନ୍ତୁ । ମହୁ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ । ବନ୍ଧୁଗଣ ଆପଣ ଏହାକୁ ଦିନକୁ ୨ ଥର ସକାଳ ସମୟ ଏବଂ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ଏହି ଉପଚାର ବହୁ ପୁରାତନ ଏବଂ ବହୁ ପରୀକ୍ଷିତ । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହି ନାହିଁ । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଏହାର ଲାଭ ପ୍ରାପ୍ତ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button