କୋଷ୍ଠକାଠିନ୍ୟ ( Constipation ) କେମିତି କରିବେ ଦୂର ?
ବନ୍ଧୁଗଣ ନମସ୍କାର । କୋଷ୍ଟକାଠିନ୍ୟ ଆଜିର ସମୟରେ ଦେଖା ଦେଉଥିବା ଏକ ଅତି ସାଧାରଣ ସମସ୍ଯା । ଏହା ଅଧିକାଂଶ ବ୍ୟକ୍ତି ମାନଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି । କୋଷ୍ଟକାଠିନ୍ୟ ଅନେକ ଗୁଡିଏ କାରଣ ଯୋଗୁଁ ହୋଇଥାଏ । କିନ୍ତୁ ସବୁଠାରୁ ସାଧାରଣ କାରଣ ହେଉଛି; ଖାଦ୍ୟ ରେ ଅନିୟମିୟତା ହେବା ତାହାସହ ଠିକ ଭାବରେ ରାତି ରେ ନ ଶୋଇବା ବା ରାତି ଅନିଦ୍ରା ହେବା, ପାଣି କମ ମାତ୍ରରେ ପିଇବା ଏହାସହ ଖାଦ୍ଯରେ ଫାଇବର ବା ତନ୍ତୁ ଜାତୀୟ ଖାଦ୍ଯ କମ ଖାଇବା ।
ଏଗୁଡିକ ବ୍ଯତୀତ କିଛି ଏପରି ରୋଗ ଅଛି ଯାହା କାରଣ ରୁ ମଧ୍ୟ କୋଷ୍ଟକାଠିନ୍ଯ ସମସ୍ଯା ଦେଖା ଦେଇଥାଏ । ଯେପରିକି ଡାଇବେଟିସ, ହାଇପୋ ଥ୍ଯାରୋଇଡିଜିମ ତାହାଛଡା ଗର୍ଭଧାରଣ ସମୟରେ ମଧ୍ୟ କୋଷ୍ଟକାଠିନ୍ୟ ସମସ୍ଯା ଦେଖିବାକୁ ମିଳିଥାଏ ।
କୋଷ୍ଟକାଠିନ୍ୟ ରେ ସାଧାରଣତଃ ମଳତ୍ଯାଗ ସମୟରେ କଷ୍ଟ ଅନୁଭବ ହେବାର ଦେଖା ଦେଇଥାଏ । ତାହାଛଡା କିଛି ଲୋକ ଙ୍କର ମଳତ୍ଯାଗ ସମୟରେ ରକ୍ତ ପଡିବାର ମଧ୍ୟ ଦେଖା ଦେଇଥାଏ । କିଛି ଲୋକ ଙ୍କର ଅତ୍ୟନ୍ତ କଠିନ ଭାବରେ ମଳ ହେବାର ଦେଖା ଦେଇଥାଏ । ତାହାଛଡା ପୁଣି କିଛି ଲୋକ ଙ୍କ ଠାରେ କିଛି ଏପରି ସମସ୍ଯା ଥାଏ କି ଯେଉଁଥିରେ ସେମାନଙ୍କୁ ମଳ ତ୍ୟାଗ ପରେ ମଧ୍ୟ ସମ୍ପୁର୍ଣ୍ଣ ଭାବରେ କଲାପରି ଲାଗି ନଥାଏ ।
ସାଧାରଣ ଭାବରେ ଏହି ସବୁ ଲକ୍ଷଣ ମାନ ହିଁ କୋଷ୍ଟକାଠିନ୍ୟ ରେ ଦେଖିବାକୁ ମିଳିଥାଏ । କିନ୍ତୁ ଯଦି କୌଣସି ବ୍ୟକ୍ତି ଠାରେ ଏହି ସମସ୍ଯା ମାତ୍ର କିଛି ଦିନ ହେବା ଦେଖା ଦେଉଛି, ତେବେ ତାହାକୁ କୋଷ୍ଟକାଠିନ୍ଯ ବୋଲି କୁହାଯାଇ ନଥାଏ । ଯଦି ଏହି ସମସ୍ଯା କାହା ଠାରେ ଦୀର୍ଘ 2 ରୁ 3 ମାସ ଧରି ଦେଖିବାକୁ ମିଳୁଛି ତେବେ ସେହି କ୍ଷେତ୍ର ରେ ସେହି ବ୍ୟକ୍ତି କୁ କୋଷ୍ଟକାଠିନ୍ୟ ଥିବାର ଦେଖା ଯାଇଥାଏ
। କିନ୍ତୁ ଯେଉଁ ରୋଗ ମାନଙ୍କର ବୃଦ୍ଧବସ୍ଥା ରେ ମଳ ରେ ରକ୍ତ ପଡେ । ବା ପେଟ ରେ କିଛି ମାଂସ ବଢିଥାଏ । ତହଚଡା ମାଳରେ ରକ୍ତ ପଡିବା ଓ ଓଜନ ରେ ହ୍ରାସ ପାଇବା । ରୋଗୀ କୁ ଭୋକ ମଧ୍ୟ ନ ହେବା ଭଳି ଲକ୍ଷଣ ଯେଉଁ ବ୍ୟକ୍ତି ମାନଙ୍କ ଠାରେ ଦେଖିବାକୁ ମିଳିଥାଏ । ସେମାନଙ୍କୁ ସାଧାରଣତଃ ଅଧିକ ଭାବରେ ଗୁରୁତ୍ଵ ଦିଆଯାଇ ଥାଏ ।
କୋଷ୍ଟକାଠିନ୍ଯ ର ଚିକତ୍ସା ବା ଏଥିରୁ ରଖିବା ପାଇଁ ରୋଗୀ କୁ ସର୍ବପ୍ରଥମେ ନିଜର ଖାଦ୍ଯରେ ପରିବର୍ତ୍ତନ ଆଣିବାକୁ ହେବ । ଯେପରିକି ଖାଦ୍ୟ ରେ ଅଧିକ ମାତ୍ରାରେ ତନ୍ତୁ ଜାତୀୟ ଖାଦ୍ୟ କୁ ଅଧିକ ରୁ ଅଧିକ ଭାବରେ ସାମିଲ କରିବାକୁ ହେବ । ତାହାସହ ପାଣି ମଧ୍ୟ ପ୍ରଚୁର ମାତ୍ରା ରେ ପିଇବାକୁ ପଡିବ । ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ଯେକ ଦିନ ରେଗୁଲାର ବ୍ୟାୟାମ କରିବେ ।
ଯଦି ଏହି ସବୁ କିଛି କରିବା ପରେ ମଧ୍ୟ ଆପଣ ଙ୍କର ସ୍ୱାସ୍ଥ୍ୟ ରେ କୌଣସି ଉନ୍ନତି ଆପଣ ଦେଖିବାକୁ ପାଉ ନାହାନ୍ତି । ତେବେ ଆପଣ ନିକଟସ୍ଥ ଚିକିତ୍ସାଳୟ କୁ ଯାଇ ଡାକ୍ତର ଙ୍କ ସହ ନିଶ୍ଚୟ ପରାମର୍ଶ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ