ସ୍ୱାସ୍ଥ୍ୟ

କେମିତି ଜାଣିବେ ଆପଣଙ୍କ ଶରୀରରେ ହେଉଛି Calcium ର ଅଭାବ ! ଜାଣି ରଖନ୍ତୁ ଏହି 5ଟି ଲକ୍ଷଣ

ଏକ ମଣିଷର ସୁସ୍ଥ ହାଡ ଓ ସୁସ୍ଥ ଦାନ୍ତ ପାଇଁ ଶରୀରରେ କ୍ୟାଲସିୟମ ର ମାତ୍ରା ଠିକ ଥିବା ଦରକାର । ବନ୍ଧୁଗଣ ଯଦି ଆମେ ଠିକ ଭାବରେ ଖାଦ୍ଯ ନ ଖାଉ, ତେବେ ଆମ ଶରୀର ହାଡ ରେ ଗଚ୍ଛିତ ହୋଇ ରହିଥିବା କ୍ୟାଲସିୟମ କୁ ସଂଗ୍ରହ କରିବାକୁ ଲାଗେ । ଫଳରେ ଆମ ହାଡ ଗୁଡିକ ଦୁର୍ବଳ ହେବାକୁ ଲାଗେ ।

ତେଣୁ ଶରୀରରେ କ୍ୟାଲସିୟମ ର ସ୍ତର କୁ ଠିକ କରି ରଖିବାକୁ ହେଲେ ଠିକ ଭାବରେ ପ୍ରତ୍ଯେକ ବ୍ୟକ୍ତି କୁ ଖାଦ୍ଯ ଖାଇବାକୁ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ସେହି ସେହି ଖାଦ୍ୟ ଗୁଡିକ ବିଷୟ ରେ ଯାହାକୁ ଖାଇବା ଦ୍ଵାରା ଶରୀରରେ କେବେ ମଧ୍ୟ କ୍ୟାଲସିୟମର ଅଭାବ ଦେଖା ଦେଇ ନଥାଏ ।

ପ୍ରଥମ ଟି ହେଉଛି ଗାଈ କ୍ଷୀର । ଯେଉଁଥିରେ କି ପ୍ରଚୁର ମାତ୍ରା ରେ କ୍ୟାଲସିୟମ ଭରି ହୋଇ ରହିଥାଏ । ତେଣୁ କ୍ଷୀର ବ୍ଯତୀତ ଆପଣ କ୍ଷୀର ରୁ ପ୍ରସ୍ତୁତ ସମସ୍ତ ପ୍ରକାର ଖାଦ୍ୟ କୁ ଖାଇ ପାରିବେ । ଦ୍ଵିତୀୟ ଟି ହେଉଛି ସବୁଜ ପନି ପରିବା ରେ କ୍ୟାଲସିୟମ ଭରପୁର ମାତ୍ରା ରେ ରହିଥାଏ । ଯେପରିକି ପାଳଙ୍ଗ ଶାଗ, ନେଉଟିଆ ଶାଗ ଇତ୍ୟାଦି ।

ତାହାଛଡା ବ୍ରୋକୋଲି, ଭେଣ୍ଡି, ବିଲାତି ଆଦି ରେ ମଧ୍ୟ ପ୍ରଚୁର ପରିମାଣର କ୍ୟାଲସିୟମ ରହିଥାଏ । ଫଳ ମାନଙ୍କର ନିୟମିତ ସେବନ ଦ୍ଵାରା ମଧ୍ୟ ଶରୀର ରେ କ୍ୟାଲସିୟମର ଅଭାବ ଦେଖିବାକୁ ମିଳି ନଥାଏ ।  ଫଳ ମାନଙ୍କ ମଧ୍ୟରେ ଆତ, କମଳା, ପିଜୁଳି ଓ ଅମୃତଭଣ୍ଡା ରେ ପ୍ରଚୁର ମାତ୍ରା ରେ କ୍ୟାଲସିୟମ ଭରି ହୋଇ ରହିଥାଏ ।

ତେଣୁ ଶରୀରରେ କ୍ୟାଲସିୟମ ର ସନ୍ତୁଳନ ରଖିବାକୁ ହେଲେ ଏହି ସମସ୍ତ ଫଳ ର ସେବନ ଭଲ ଭାବରେ କରିବାକୁ ହୋଇଥାଏ । ସେହିପରି ଡ୍ରାଏଫୃଟ୍ସ ର ସେବନ ଦ୍ଵାରା ମଧ୍ୟ ଶରୀର ରେ ଥିବା କ୍ୟାଲସିୟମ ର ଅଭାବ ଦୂର ହୋଇ ଯାଇଥାଏ । ଡ୍ରାଏଫୃଟ୍ସ ମଧ୍ୟରେ ବାଦାମ, ଖଜୁରୀ ଓ ଦିମ୍ବିରି ରେ କ୍ୟାଲସିୟମ ପ୍ରଚୁର ମାତ୍ରା ରେ ଭରି ହୋଇ ରହିଥାଏ ।

ଏହାଛଡା ଅଳସୀ, ରାଜମା, କାବୁଲିଚଣା, ସୋୟାବିନ, ସୋୟାମଟର ଓ ଖସା ରେ ମଧ୍ୟ କ୍ୟାଲସିୟମ ପ୍ରଚୁର ମାତ୍ରା ରେ ଭରି ହୋଇ ରହିଥାଏ । ତେଣୁ ଆପଣ ଶରୀର ରୁ କ୍ୟାଲସିୟମ ର ଅଭାବ କୁ ଦୂର ଅକରିବା ପାଇଁ ଏହି ସମସ୍ତ ପ୍ରକାରର ଖାଦ୍ଯ କୁ ନିଜ ଖାଦ୍ଯରେ ନିଶ୍ଚୟ ସାମିଲ କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲଗାଏ ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି, ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button