ଦେଶ- ବିଦେଶ
ବାରାଣସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି – Kalinga News
[ad_1]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି। ଗତ ଜୁନ୍ ୧୮ ତାରିଖରେ ତାଙ୍କ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିଥିଲେ। ଲୋକସଭା ନିର୍ବାଚନ ଜିତିବା ପରେ ଏହା ମୋଦୀଙ୍କର ପ୍ରଥମ ବାରାଣସୀ ଗସ୍ତ ଥିଲା। ଏହି ଗସ୍ତ ସମୟରେ ମୋଦୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ସାମ୍ନାକୁ ଆସିଛି। ମୋଦୀଙ୍କ କନ୍ଭୟ ଦଶାଶ୍ବମେଧ ଘାଟରୁ କେଭି ମନ୍ଦିର ଯାଉଥିବାବେଳେ ବାଟରେ କେହି ଜଣେ ବ୍ୟକ୍ତି ତାଙ୍କ ଗାଡ଼ି ଉପରକୁ କିଛି ଫୋପାଡ଼ି ଥିଲା। ସୋସିଆଲ ମିଡିଆରେ ଏବେ ଏହି୍ ଘଟଣାର ଏକ ଭିଡିଓ ଭାଇରାଲ୍ ହେଉଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ଭିନ୍ନ ଭିନ୍ନ ସାମଗ୍ରୀ ଭାବେ ଚିତ୍ରଣ କରୁଛନ୍ତି। କିନ୍ତୁ ଉତ୍ତରପ୍ରଦେଶର ଜଣେ ବରିଷ୍ଠ ପୁଲିସ ଅଫିସର କହିଛନ୍ତି, ଏହା ଏକ ମୋବାଇଲ ଫୋନ୍ ଥିଲା। ବିନା କୌଦଣସି ଉଦ୍ଦେଶ୍ୟ ରଖି କେହି ଜଣେ ବ୍ୟକ୍ତି ତାଙ୍କ ମୋବାଇଲ ଫୋପାଡ଼ି ଦେଇଥିବା ସେ କହିଛନ୍ତି।
[ad_2]