ମନୋରଞ୍ଜନ

ବ୍ରେକଅପ ହେବାରୁ ଜୀବନ ହାରିବା କଥା ଲେଖି ଡିଲିଟ୍ କଲେ ବାବିଲ ଖାନ୍ – Kalinga News

[ad_1]

ମୁମ୍ବାଇ: ବାବିଲ ଖାନ ହେଉଛନ୍ତି ଦିବଂଗତ ସୁପରଷ୍ଟାର ଇରଫାନ ଖାନଙ୍କ ପୁଅ। ଏହି ପରିଚୟ ବ୍ୟତୀତ ତାଙ୍କର କଳାକାର ଭାବରେ ମଧ୍ୟ ସ୍ବତନ୍ତ୍ର ପରିଚୟ ରହିଛି। ନିଜ ବାପାଙ୍କ ଭଳି ବାବିଲ ମଧ୍ୟ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ କିଣିଛନ୍ତି। ସବୁବେଳେ ନିଜ ଫିଲ୍ମ ବା ମିଳିଥିବା ଆୱାର୍ଡକୁ ନେଇ ଚର୍ଚ୍ଚାରେ ରହୁଥିବା ବାବିଲ ଏବେ ନିଜର ଏକ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ମାସ ଆରମ୍ଭରୁ ତାଙ୍କ ପିତା ଇରଫାନ ଖାନଙ୍କୁ ନେଇ ଏକ ଭାବପ୍ରବଣ ପୋଷ୍ଟ କରିଥିଲେ ବାବିଲ। ଏବେ ପୁଣି ଥରେ ବାବିଲ ତାଙ୍କ ପିତାଙ୍କୁ ନେଇ କରିଥିବା ଏକ ପୋଷ୍ଟ ହେତୁ ଚର୍ଚ୍ଚାରେ ଅଛନ୍ତି।

ଏପ୍ରିଲ୍ ୨୪ରେ, ବାବିଲ୍ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ ଯେ, ବେଳେବେଳେ ମୋତେ ଏମିତି ଲାଗୁଛି ଯେମିତି ସବୁକିଛି ଛାଡି ବାପାଙ୍କ ପାଖକୁ ଚାଲିଯିବି। ଏଭଳି ପୋଷ୍ଟ କରିବା ପରେ ସେ ସଙ୍ଗେ ସଙ୍ଗେ ଏହାକୁ ହଟାଇ ଦେଇଥିଲେ। ହେଲେ ତାଙ୍କ ପ୍ରଶଂସକ ଏହି ପୋଷ୍ଟକୁ ଦେଖି ସାରିଥିବାରୁ ସମସ୍ତେ ତାଙ୍କ ପାଇଁ ଚିନ୍ତିତ ହୋଇପଡ଼ିଥିଲେ। ବାବିଲ ଜୀବନ ହାରିଦେବେ ବୋଲି ଚିନ୍ତା କରି ତାଙ୍କ ପ୍ରଶଂସକ କୌଣସି ବଡ଼ ପଦକ୍ଷେପ ନନେବାକୁ କହିଥିଲେ।

Babil Khan shared pictures with Prakriti Pavani and sparked dating rumours.
news18

ବାବିଲ କ’ଣ ପାଇଁ ଏଭଳି ପୋଷ୍ଟ କରିଥିଲେ, ଏହାର କାରଣ ତାଙ୍କ ପ୍ରଶଂସକ ପଚାରୁଥିବା ବେଳେ ଏବେ ତାଙ୍କ ବ୍ରେକଅପ ହୋଇଥିବା ଜଣାପଡ଼ିଛି। ପ୍ରେମିକା ତଥା ଇନଫ୍ଲୁଏନସର ପ୍ରକ୍ରିତି ପାବନୀଙ୍କ ସହ ବାବିଲଙ୍କ ପ୍ରେମ ସମ୍ପର୍କ ଥିବା ବେଳେ ଏବେ ଦୁହିଁଙ୍କ ବ୍ରେକଅପ ହୋଇଥିବା ଚର୍ଚ୍ଚା ହେଉଛି। ବାବିଲ, ପ୍ରକ୍ରିତିଙ୍କ ସହ ଏକ ଫଟୋ ସେୟାର କରି ନିଜ ମନ କଥା ଲେଖିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button