ରାଜନୀତି

ଓଡ଼ିଶାକୁ ପାଣ୍ଡିଆନ୍ ଚଳାଉଛନ୍ତି: ରାହୁଲ ଗାନ୍ଧୀ – Kalinga News

[ad_1]

କଟକ: ନବୀନ ବାବୁ କିଛି ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଏହାର ଫାଇଦା କିଛି ଲୋକଙ୍କୁ ମିଳୁଛି। ଓଡ଼ିଶାକୁ ପାଣ୍ଡିଆନ୍ ଚଳାଉଛନ୍ତି। ଏକଥା କହି ବିଜେଡି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଓଡ଼ିଶାରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ। ମଧୁବାବୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାହୁଲ। ସେଠାରେ କିଛି ସମୟ ସ୍ମୃତିଚାରଣ କରିବା ପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ। ଏହାପରେ କସ୍ତୁରବା ଆଶ୍ରମ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସତ୍ୟଭାମାପୁରରେ କିଛି ସମୟ ବିତାଇବା ପରେ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସାଲେପୁରର କୁଳିଆରେ ପହଞ୍ଚିଥିଲେ। ସେଠାରେ ନ୍ୟାୟ ସମାବେଶରେ ଯୋଗ ଦେଇ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଆଜି ଓଡ଼ିଆଙ୍କ ପାଇଁ ସ୍ୱାଭିମାନ ଦିବସ, ତେଣୁ ଓଡ଼ିଆଙ୍କ ସ୍ୱାଭିମାନ ଓ ଅସ୍ମିତା କଥା କହିପାରନ୍ତି ରାହୁଲ ଗାନ୍ଧୀ। ଏହି ନ୍ୟାୟ ସମାବେଶରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଲୋକସଭା ଓ ବିଧାନସଭାର ପ୍ରାର୍ଥୀ, ନେତା, କର୍ମୀ, ସମର୍ଥକ ସାମିଲ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି ।

ଏହାପୂର୍ବରୁ ଆଜି ରାହୁଲ ଗାନ୍ଧୀ ଦିନ ୧୧ଟା ୪୫ ମିନିଟ୍ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ପିସିସି ସଭାପତି ଓ ପ୍ରଭାରୀ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ ଜଣାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button