ଜୁନ୍ ସୁଦ୍ଧା ଜାତୀୟ ମହିଳା କମିଶନକୁ ଆସିଛି ୧୨,୬୦୦ ଅଭିଯୋଗ; ସର୍ବାଧିକ ୟୁପିରୁ – Kalinga News

[ad_1]
ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ନିକଟରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୨,୬୦୦ ଅଭିଯୋଗ ଆସିଛି ଏବଂ ଉତ୍ତରପ୍ରଦେଶ ସର୍ବାଧିକ ଅଭିଯୋଗ ପଞ୍ଜୀକରଣ କରିବାର ସନ୍ଦେହଜନକ ଗୌରବ ହାସଲ କରିଛି ବୋଲି ସରକାରୀ ତଥ୍ୟରୁ ଜଣା ପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଘରୋଇ ହିଂସା ବ୍ୟତୀତ ଅନ୍ୟ ନାରୀ ନିର୍ଯାତନା ସହ ଜଡିତ ନାରୀ ସମ୍ମାନ ଅଧିକାର ବର୍ଗରେ ସର୍ବାଧିକ ସଂଖ୍ୟକ ଅଭିଯୋଗ ଆସିଥିଲା। ଏନ୍ସିଡବ୍ଲ୍ୟୁ ତଥ୍ୟ ଅନୁଯାୟୀ ଏହା ୩,୧୦୭ ରହିଛି। ଏହାପରେ ଘରୋଇ ହିଂସାର ୩୫୪୪ଟି ଅଭିଯୋଗ ଆସିଥିଲା।
ଯୌତୁକ ନିର୍ଯାତନା ଅଭିଯୋଗ ୧୯୫୭, ଦୁଷ୍କର୍ମ ଅଭିଯୋଗ ୮୧୭, ମହିଳାଙ୍କ ବିରୋଧରେ ପୁଲିସର ଉଦାସୀନତା ୫୧୮ ଏବଂ ଦୁଷ୍କର୍ମ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ୬୫୭ଟି ରହିଛି। ଏଥିରେ ୪୯୩ ଯୌନ ନିର୍ଯାତନା, ୩୩୯ଟି ସାଇବର କ୍ରାଇମ, ୩୪୫ଟି ଠକେଇ ଓ ୨୦୬ଟି ଅନର କ୍ରାଇମ୍ ଅଭିଯୋଗ ରହିଛି।
ତଥ୍ୟ ଅନୁଯାୟୀ, ଉତ୍ତରପ୍ରଦେଶରୁ ସର୍ବାଧିକ ୬୪୭୦, ଦିଲ୍ଲୀରୁ ୧୧୧୩ ଓ ମହାରାଷ୍ଟ୍ରରୁ ୭୬୨ ଟି ଅଭିଯୋଗ ଆସିଛି। ସେହିପରି ବିହାରରୁ ୫୮୪, ମଧ୍ୟପ୍ରଦେଶରୁ ୫୧୪, ହରିୟାଣାରୁ ୫୦୬, ରାଜସ୍ଥାନରୁ ୪୦୮, ତାମିଲନାଡୁରୁ ୩୦୧, ପଶ୍ଚିମବଙ୍ଗରେ ୩୦୬ ଏବଂ କର୍ଣ୍ଣାଟକରୁ ୩୦୫ଟି ଅଭିଯୋଗ ରହିଛି। ୨୦୨୩ରେ ଏନସିଡବ୍ଲ୍ୟୁ ନିକଟରେ ମହିଳାଙ୍କ ସମ୍ପର୍କିତ ମୋଟ ୨୮,୮୧୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା।
[ad_2]