ରାଜନୀତି

ନିଟ୍‌ରେ ଯୋଜନାବଦ୍ଧ ଭାବେ ଦୁର୍ନୀତି ହୋଇଛି: ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ – Kalinga News

[ad_1]

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା (ନିଟ୍) ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି। ମଙ୍ଗଳବାର ଦିନ ରାହୁଲ ଗାନ୍ଧୀ କହିଛନ୍ତି ଯେ ବିହାର, ଗୁଜୁରାଟ ଏବଂ ହରିୟାଣାରେ ଗିରଫଦାରୀ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ପରୀକ୍ଷାରେ ଯୋଜନାବଦ୍ଧ ଭାବେ ଦୁର୍ନୀତି ହୋଇଛି। ସେ ଅଭିଯୋଗ କରିଛନ୍ତି ବିଜେପି ଶାସିତ ରାଜ୍ୟଗୁଡ଼ିକ ପେପର ଲିକ୍‌ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ସବୁଥର ପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଟ୍‌ରେ ୨୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳିବା ପ୍ରସଙ୍ଗରେ ନୀରବତା ବଜାୟ ରଖିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଆମର ନ୍ୟାୟପତ୍ରରେ ପେପର ଲିକ୍ ବିରୋଧରେ କଡା ଆଇନ ପ୍ରଣୟନ କରି ଯୁବପି ଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଆମେ ନିଶ୍ଚିତ କରିଥିଲୁ। ବର୍ତ୍ତମାନ ବିରୋଧୀଙ୍କ ଦାୟିତ୍ବ ପୂରଣ କରିବାବେଳେ ଆମେ ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ସାରା ଦେଶରେ ଯୁବପିଢ଼ି଼ଙ୍କ ସ୍ୱର ଉତ୍ତୋଳନ କରିବୁ।

ସେ କହିଛନ୍ତି ସରକାରଙ୍କ ଉପରେ ଚାପ ପକାଇବା ଏବଂ କଡା ନୀତି ପ୍ରଣୟନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ନିଟ୍ ସମ୍ବନ୍ଧରେ ଏକ ନିରପେକ୍ଷ ଫୋରେନସିକ୍ ଯାଞ୍ଚ ପାଇଁ କଂଗ୍ରେସ ଦାବି କରିଛି।  କଂଗ୍ରେସ କହିଛି ଚଳିତ ବର୍ଷ ନିଟ୍‌ରେ ୬୦୦ମାର୍କ ହାସଲ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୮୦,୪୬୮। ସରକାରୀ ମେଡିକାଲ କଲେଜଗୁଡ଼ିକରେ ମାତ୍ର ୫୫,୦୦୦ ସିଟ୍ ଥିବାବେଳେ ଏହି ଛାତ୍ରଛାତ୍ରୀମାନେ କିପରି ସରକାରୀ କଲେଜରେ ଆଡମିଶନ ପାଇପାରିବେ।

କଂଗ୍ରେସ କହିଛି ନିଟ୍ ଦୁର୍ନୀତିରେ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ମୋଦୀ ସରକାର ଏବଂ ଶିକ୍ଷା ମନ୍ତ୍ରୀ ଏକ ନିରପେକ୍ଷ ‌ଫୋରେନସିକ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ଉଚିତ୍। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ପ୍ରସଙ୍ଗରେ ନିଜର ବିବୃତ୍ତି ଦେବା ଉଚିତ୍।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button